Image Courtesy of Hindustan Times
ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟଙ୍କ ଦ୍ବାରା ଜାମିନ୍ ପାଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବୁଧବାର ଦିନ ବାଇକୁଲ୍ଲା ଜେଲ୍ ମୁକ୍ତ ହୋଇଛନ୍ତି। ନିଶା ଔଷଧ ଯୋଗାଡ଼ ଓ ଖରିଦ କରିବା ଅଭିଯୋଗରେ ସେପ୍ଟେମ୍ବର ୨୮ ତାରିଖ ଦିନ ‘ନେକ୍ରୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ’ ସେପ୍ଟେମ୍ବର ୮ ତାରିଖ ଦିନ ତାଙ୍କୁ ଗିରଫ କରିଥିଲା। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ନିଶା ଔଷଧ ସମ୍ପୃକ୍ତି ଦିଗରୁ ‘ଏନ୍ସିବି’ ତଦନ୍ତ ଚଳାଇଛି।
Image Courtesy of India Todayଆଜି ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍ ମଞ୍ଜୁର କରିଥିଲେ। ସେ ୧୦ ଦିନ ପାଇଁ ମୁମ୍ବାଇ ପୁଲିସ ଓ ଆଗାମୀ ୬ ମାସ ପାଇଁ ମାସକୁ ଥରେ ‘ଏନ୍ସିବି’ରେ ହାଜର ହେବେ ବୋଲି ଅଦାଲତ ସର୍ତ୍ତ ରଖିଛନ୍ତି। ଏହାଛଡ଼ା, ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଦାଖଲ କରିବା ଏବଂ ଜାମିନ୍ରେ ଜେଲ୍ରୁ ମୁକୁଳି ଥିବା ବେଳେ ପ୍ରମାଣ ଜାଲିଆତି ନ କରିବାକୁ ଅଦାଲତ ରିୟାଙ୍କୁ ନିର୍ଦେଶ ଦେଇଛନ୍ତି।
ସୁଶାନ୍ତ ସିଂହ ରାଜପୁତଙ୍କ ସହଯୋଗୀ ଦୀପେଶ ସାୱନ୍ତ ଏବଂ ସାମୁଏଲ୍ ମିରାଣ୍ଡାଙ୍କୁ ମଧ୍ୟ ମୁମ୍ବାଇ ହାଇକୋର୍ଟ ଜାମିନ ଦେଇଛନ୍ତି। କିନ୍ତୁ, ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ଅଦାଲତ ଖାରଜ କରିଛନ୍ତି। ସ୍ବତନ୍ତ୍ର ‘ଏନ୍ଡିପିଏସ୍’ କୋର୍ଟଙ୍କ ଆଦେଶକ୍ରମେ ସେ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ।
Follow Us