ଭାରତବାସୀଙ୍କୁ ଅଭିନନ୍ଦନ, ଏକ ମଧ୍ୟବିତ୍ତ ପରିବାରକୁ ଭାଙ୍ଗିବାରେ ଆପଣମାନେ ସଫଳ ହୋଇଛନ୍ତି : ରିୟାଙ୍କ ବାପା

Advertisment
ଭାରତବାସୀଙ୍କୁ ଅଭିନନ୍ଦନ, ଏକ ମଧ୍ୟବିତ୍ତ ପରିବାରକୁ ଭାଙ୍ଗିବାରେ ଆପଣମାନେ ସଫଳ ହୋଇଛନ୍ତି : ରିୟାଙ୍କ ବାପା

indiatoday

ମୁମ୍ବାଇ: ପୁଅ ସୌଭିକ୍ ଗିରଫ ହେବା ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସୌଭିକଙ୍କ ଗିରଫକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଏକ ମଧ୍ୟବିତ୍ତ ପରିବାରକୁ ଭାଙ୍ଗି ଦେଇଥିବାରୁ ସେ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଥିଲା।

ପୁଅ ଗିରଫ ହେବା ପରେ ଇନ୍ଦ୍ରଜିତ୍ କହିଛନ୍ତି, "ଅଭିନନ୍ଦନ ଭାରତବାସୀ, ଆପଣମାନଙ୍କ ପାଇଁ ମୋ ପୁଅ ଗିରଫ ହୋଇଛି। ମୁଁ ନିଶ୍ଚିତ ଯେ, ପୁଅ ପରେ ମୋ ଝିଅ ମଧ୍ୟ ଗିରଫ ହେବ ଏବଂ ଆଗକୁ କିଏ ଗିରଫ ହେବ ମୁଁ ଜାଣେ ନାହିଁ? ଆପଣ ଏକ ମଧ୍ୟବିତ୍ତ ପରିବାରକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି।  କିନ୍ତୁ ଅବଶ୍ୟ, ନ୍ୟାୟ ପାଇଁ ସବୁକିଛି ଯଥାର୍ଥ ଅଟେ | ଜୟ ହିନ୍ଦ। ”

publive-image ndtv

ତେବେ ଭାଇଙ୍କ ପ‌ରେ ଏବେ ଅଭିନେତ୍ରୀ ରିୟା ମଧ୍ୟ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ରିୟାଙ୍କ ହ୍ବାଟସଆପ ଚାଟରୁ ସେ ଡ୍ରଗ୍ସ ନେବା ସହ ଡ୍ରଗ୍ସ ବ୍ୟବସାୟ କରୁଥିବା ସାମ୍ନାକୁ ଆସିଛି। ଏନସିବି ଜାଣିବାକୁ ପାଇଛନ୍ତି ଯେ, ରିୟା ଚକ୍ରବର୍ତ୍ତୀ ମୁଖ୍ୟତଃ ଡ୍ରଗ୍ସ କିଣିବା-ବିକିବା ସହ ବ୍ୟବହାର କରୁଥିଲେ | ପୂର୍ବରୁ ଏକ ସାକ୍ଷାତକାରରେ ରିୟା ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଥିବାବେଳେ ଡ୍ରଗ୍ସ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଥିଲେ। ଏଥିସହ ସେ କେବେବି ଡ୍ରଗ୍ସ ଗ୍ରହଣ କରିନାହାଁନ୍ତି ବୋଲି କହିଥିଲେ। କିନ୍ତୁ ଏବେ ତାଙ୍କର ଅସଲ ଚେହେରା ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe