ରିୟା ଓ ସୌଭିକଙ୍କ ସମେତ ୬ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କଲେ ମୁମ୍ବାଇର ସ୍ବତନ୍ତ୍ର କୋର୍ଟ

Advertisment
ରିୟା ଓ ସୌଭିକଙ୍କ ସମେତ ୬ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କଲେ ମୁମ୍ବାଇର ସ୍ବତନ୍ତ୍ର କୋର୍ଟ

ମୁମ୍ବାଇ‌: ଡଗ୍ରସ୍‌ କାରବାର ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ପୁଣି ଥରେ ଖାରଜ କରିଛନ୍ତିି ମୁମ୍ବାଇର ସ୍ବତନ୍ତ୍ର କୋର୍ଟ। ରିୟା ଓ ତାଙ୍କ ଭାଇ ସୌଭିକଙ୍କ ସମେତ ଅନ୍ୟ ୬ଜଣ ଅଭିଯୁକ୍ତଙ୍କର ମଧ୍ୟ ଜାମିନ ଆବେଦନ ଖାରଜ ହୋଇଛି। ଏବେ ରିୟାଙ୍କୁ ସେପ୍ଟେମ୍ବର ୨୨ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ।

ସୂଚନା ମୁତାବକ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ସେପ୍ଟେମ୍ବର ୮ରେ ଅଭିନେତ୍ରୀ ରିୟାଙ୍କୁ ଗିରଫ କରିବା ପରେ ତାଙ୍କ ବିରୋଧରେ ଧାରା ୮ (ସି), ୨୦ (ବି), ୨୭ (ଏ), ୨୮ ଏବଂ ୨୯ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରିଥିଲା। ଗିରଫ ପରେ ରିୟା ତାଙ୍କ ଓକିଲଙ୍କ ଜରିଆରେ ଜାମିନ ପାଇଁ ଆବେଦନ କରିଥିବା ବେଳେ ଏନ୍‌ସିବି ତାଙ୍କ ଜାମିନ ଆବେଦନର ବିରୋଧ କରିବା ସହ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ଯୁକ୍ତି ବାଢ଼ିଥିଲେ। ତେବେ ଅଦାଲତ ରିୟାଙ୍କ ଜାମିନ ଆବେଦନକୁ ଖାରଜ କରି ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ପ୍ରଥମ ଆବେଦନ ଖାରଜ ହେବା ପରେ ରିୟା ଦ୍ବିତୀୟ ଥର ଜାମିନ ଆବେଦନ କରିଥିଲେ, ଯାହାର ଶୁଣାଣି ସେପ୍ଟେମ୍ବର ୧୦କୁ ରଖାଯାଇଥିଲା।

publive-image hindustantimes

ତେବେ ଗତକାଲି ଅଦାଲତ ଶୁଣାଣିକୁ ସ୍ଥଗିତ ରଖି ଆଜି ଶୁଣାଣି ହେବ ବୋଲି କହିଥିଲେ। ଆଜି ରିୟାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ମୁମ୍ବାଇର ସ୍ବତନ୍ତ୍ର କୋର୍ଟ। ଆବେଦନ ଖାରଜ ହେବା ପରେ ରିୟାଙ୍କର ଜେଲରୁ ବାହାରିବାର ଆଶା ମଉଳି ଯାଇଛି। ଆବେଦନ ଖାରଜ ପରେ ରିୟା ପୁଣି କେଉଁ ପଦକ୍ଷେପ ନେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe