ଆଜି ଗିରଫ ହୋଇପାରନ୍ତି ରିୟା; ପଚରାଉଚରା ପାଇଁ ଏନସିବି ଅଫିସରେ ପହଞ୍ଚିଲେ

ଅଗ୍ରୀମ ଜାମିନ ଆବେଦନ ପାଇଁ ମନା କଲେ ରିୟା

ଆଜି ଗିରଫ ହୋଇପାରନ୍ତି ରିୟା; ପଚରାଉଚରା ପାଇଁ ଏନସିବି ଅଫିସରେ ପହଞ୍ଚିଲେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ନେଇ ଅଧିକ ଖୋଳତାଡ ଜାରି ରହିଛି । ସିବିଆଇ ଓ ଏନସିବି ଏହାର ତଦନ୍ତ କରୁଛନ୍ତି । ଆଜି ଏହି ମାମଲାରେ ପୁଣି ଥରେ  ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅଭିନେତ୍ରୀ ତଥା ସୁଶାନ୍ତଙ୍କ ମୃତ୍ୟୁ ମାମଲାର ମୁଖ୍ୟ ସନ୍ଦିଗ୍ଧ ରିୟାଙ୍କୁ ଜେରା କରିବ। ସକାଳେ ଏନସିବି ଟିମ୍ ରିୟାଙ୍କୁ ତାଙ୍କ ଘରେ ପହଞ୍ଚି ପଚରାଉଚରା ପାଇଁ ସମନ ଦେଇଥିବା ବେଳେ ଏବେ ରିୟା ଏନସିବି ଅଫିସରେ ପହଞ୍ଚି ସାରିଛନ୍ତି। ଆଜି ଡ୍ରଗ୍ ମାମଲାରେ ରିୟାଙ୍କୁ ପ୍ରଶ୍ନ ପଚରାଯିବ ଏବଂ ସେ ସୌଭିକ୍ ଏବଂ ଦୀପେଶ ସାୱନ୍ତଙ୍କ ସହ ମୁହାଁମୁହିଁ ହେବେ। ତେବେ ପଚରାଉଚରା ପରେ ଏନସିବି ରିୟାଙ୍କୁ ଗିରଫ କରିପାରେ ବୋଲି ସୂଚନା ମିଳିଛି।

publive-image twitter

ରିୟାଙ୍କ ଓକିଲ ସତୀଶ ମାନସିନ୍ଦେ କହିଛନ୍ତି ଯେ, ରିୟା ଅଗ୍ରୀମ ଜାମିନ ଆବେଦନ କରିନାହାଁନ୍ତି ଏବଂ ତାଙ୍କ ଗିରଫ ପାଇଁ ପ୍ରସ୍ତୁତ ଅଛନ୍ତି। ରିୟା ବର୍ତ୍ତମାନ ଏନସିବି କାର୍ଯ୍ୟାଳୟକୁ ଯାଉଛନ୍ତି। ତାଙ୍କୁ ଅଫିସରେ ପଚରାଉଚରା କରାଯିବ ଏବଂ ପରେ ତାଙ୍କୁ ଏନସିବି ଗିରଫ କରିପାରେ। ତେବେ ଶୁକ୍ରବାର ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଥିଲା। ତେବେ ଭାଇଙ୍କ ପ‌ରେ ଏବେ ଅଭିନେତ୍ରୀ ରିୟା ମଧ୍ୟ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଗତକାଲି ରିୟାଙ୍କ ହ୍ବାଟସଆପ ଚାଟରୁ ସେ ଡ୍ରଗ୍ସ ବ୍ୟବହାର କରିବା ସହ ଡ୍ରଗ୍ସ ବ୍ୟବସାୟ କରୁଥିବା ସାମ୍ନାକୁ ଆସିଥିଲା, ଯାହାକୁ ନେଇ ଆଜି ତାଙ୍କୁ ଏନସିବିର ପ୍ରଶ୍ନର ସାମ୍ନା କରିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe