Advertisment

Rice exporters in worry: ଚିନ୍ତାରେ ଚାଉଳ ରପ୍ତାନିକାରୀ

Advertisment

ମଧ୍ୟପ୍ରାଚ୍ୟ ଯୁଦ୍ଧ ଭାରତର ଚାଉଳ ରପ୍ତାନିକାରୀଙ୍କ ଚିନ୍ତା ବଢ଼ାଇଦେଇଛି। ଇରାନ ଓ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଚାଉଳ ପଠାଇବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଭାରତୀୟ ଚାଉଳ ରପ୍ତାନିକାରୀ ସଂଘ ପକ୍ଷରୁ ସଦସ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

ମଧ୍ୟପ୍ରାଚ୍ୟ ଯୁଦ୍ଧ ଭାରତର ଚାଉଳ ରପ୍ତାନିକାରୀଙ୍କ ଚିନ୍ତା ବଢ଼ାଇଦେଇଛି। ଇରାନ ଓ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଚାଉଳ ପଠାଇବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଭାରତୀୟ ଚାଉଳ ରପ୍ତାନିକାରୀ ସଂଘ ପକ୍ଷରୁ ସଦସ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

01bbs_96_01032026_112 (1)

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭାରତର ଚାଉଳ ରପ୍ତାନିକାରୀଙ୍କ ଚିନ୍ତା ବଢ଼ାଇଦେଇଛି। ଇରାନ ଓ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଚାଉଳ ପଠାଇବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଭାରତୀୟ ଚାଉଳ ରପ୍ତାନିକାରୀ ସଂଘ ପକ୍ଷରୁ ସଦସ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ଜଳପଥରେ ମାଲ ପରିବହନ ପାଇଁ ‌କ୍ରେତାଙ୍କୁ ଖର୍ଚ୍ଚ, ବୀମା ଓ ମହାସୁଲ (ସିଆଇଏଫ୍) ପ୍ରତିବଦ୍ଧତା ନ ଦେବାକୁ ରପ୍ତାନିକାରୀମାନଙ୍କୁ କୁହାଯାଇଛି। ଫଳରେ ଯୁଦ୍ଧ ଦ୍ବାରା ପ୍ରଭାବିତ ଦେଶ ସେମାନଙ୍କ ନିଜ ରିସ୍କରେ ଚାଉଳ ନେବେ। ରପ୍ତାନିକାରୀମାନଙ୍କୁ କ୍ଷତି ସହିବାକୁ ପଡ଼ିବନି। 

ଯୁଦ୍ଧ ଭଳି ସ୍ଥିତିରେ ଜାହାଜ ଭଡ଼ା ଓ ବୀମା ପ୍ରିମିୟମ ହଠାତ୍‌ ବଢ଼ିଯାଏ। ସେଭଳି ପରିସ୍ଥିତିରେ ରପ୍ତାନିକାରୀମାନେ ଖର୍ଚ୍ଚ ଉପ‌ରେ ଯେଉଁ ଲାଭ ପାଉଥିଲେ ତାହା ହରାଇବେ। ପ୍ରଭାବିତ ଦେଶଠାରୁ ଆସୁଥିବା ନୂଆ ଚାଉଳ ବରାଦ ଗ୍ରହଣ କରିବା ବେଳେ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ରପ୍ତାନିକାରୀମାନଙ୍କୁ କୁହାଯାଇଛି। ଭାରତ ଏହାର ଅଧାରୁ ଅଧିକ ଚାଉଳ ଆଫ୍ରିକା ଓ ଦକ୍ଷିଣ ଏସିଆକୁ ପଠାଇଥାଏ।

ଗତବର୍ଷ ଏପ୍ରିଲ୍‌ରୁ ଡିସେମ୍ବର ମଧ୍ୟରେ ଆଫ୍ରିକାକୁ ୭.୧୬ ନିୟୁତ ଟନ୍‌ ଓ ଦକ୍ଷିଣ ଏସିଆକୁ ୩.୯୦ ନିୟୁତ ଟନ୍‌ ଚାଉଳ ରପ୍ତାନି କରାଯାଇଥିଲା। ଭାରତ ରପ୍ତାନି କରୁଥିବା ୫୦ ପ୍ରତିଶତ ବାସମତୀ ଚାଉଳ ସାଉଦି ଆରବ, ଇରାନ, ଇରାକ, ୟୁଏଇ ଓ ୟେମେନକୁ ଯାଇଥାଏ। ଏହି ପାଞ୍ଚଟି ଦେଶ ଏବେ ଯୁଦ୍ଧ ଦ୍ବାରା ପ୍ରଭାବିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe