ନୂଆ ଲୋକସଭାରେ ଧନୀ ସାଂସଦଙ୍କ ସଂଖ୍ୟା ବଢିଲା

ରାଜୀବଙ୍କ ଅମଳରେ ଦିନକରେ ନିଲମ୍ବିତ ହୋଇଥିଲେ ୬୩ ସାଂସଦ

ନୂଆଦିଲ୍ଲୀ: ଗତ ଲୋକସଭାରେ ଧନୀ ସାଂସଦଙ୍କ ଅଭାବ ନଥିଲା। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନୂଆ ସଂସଦରେ ଧନୀ ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ବିଶ୍ଳେଷଣ ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୯୩ ପ୍ରତିଶତ କୋଟିପତି। ୨୦୧୯ରେ ଏହି ସଂଖ୍ୟା ୮୮ ଓ ୨୦୧୪ରେ ୮୨ ପ୍ରତିଶତ ଥିଲା। ଆଉ ଏକ ରୋଚକ କଥା ହେଉଛି ଶୀର୍ଷ-୩ ଧନୀ ସାଂସଦ ଗୋଟିଏ ଦଳର।

ଏଡିଆର ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଟିଡିପିର ଚନ୍ଦ୍ରଶେଖର ପେମସାନି ହେଉଛନ୍ତି ଶୀର୍ଷ ତିନି ଧନୀ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି। ତେଲେଙ୍ଗାନାର ଚେଭେଲାର ବିଜେପି ପ୍ରାର୍ଥୀ କୋଣ୍ଡା ବିଶ୍ୱେଶ୍ୱର ରେଡ୍ଡୀଙ୍କ ମୋଟ ସମ୍ପତ୍ତି ୪,୫୬୮ କୋଟି ଟଙ୍କା ଥିବା ବେଳେ ହରିୟାଣାର କୁରୁକ୍ଷେତ୍ରର ସାଂସଦ ତଥା ବିଜେପି ର ନବୀନ ଜିନ୍ଦଲଙ୍କ ମୋଟ ସମ୍ପତ୍ତି ୧,୨୪୧ କୋଟି ଟଙ୍କା ରହିଛି। ବିଶ୍ଳେଷଣରୁ ଏହା ମଧ୍ୟ ଜଣାପଡିଛି ଯେ ୫୪୩ ଜଣ ସଫଳ ପ୍ରାର୍ଥୀଙ୍କ ମଧ୍ୟରୁ ୫୦୪ ଜଣ କୋଟିପତି । ଅର୍ଥାତ୍ ୯୩ ପ୍ରତିଶତ ସାଂସଦ ଧନୀ।

ରିପୋର୍ଟ ଅନୁଯାୟୀ, ୨୦୦୯ ମସିହାରୁ ଏହା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ୫୮ ପ୍ରତିଶତ ସାଂସଦ କୋଟିପତି ଥିଲେ। ଏଡିଆର ଅନୁଯାୟୀ ବିଜେପିର ୨୪୦ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୨୨୭ ବା ୯୫ ପ୍ରତିଶତ କୋଟିପତି, କଂଗ୍ରେସର ୯୯ ପ୍ରାର୍ଥୀଙ୍କ ମଧ୍ୟରୁ ୯୨ ବା ୯୩ ପ୍ରତିଶତ, ଡିଏମକେର ୨୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୧ ବା ୯୫ ପ୍ରତିଶତ ଏବଂ ଟିଏମସି ପ୍ରାର୍ଥୀଙ୍କ ମଧ୍ୟରୁ ୨୭ ବା ୯୩ ପ୍ରତିଶତ କୋଟିପତି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe