Image Courtesy of India Today
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନଜନିତ କୁପ୍ରଭାବରେ ସରବ୍ୟ ହେଉଥିବା ଗରିବ ରାଷ୍ଟ୍ରମାନଙ୍କୁ ଅନୁକମ୍ପାମୂଳକ ସହାୟତା ଦେବା ନିମନ୍ତେ ‘କୋପ୍୨୭’ ନାମରେ ଜଣାଶୁଣା ‘୨୭ତମ ମିଳିତ ରାଷ୍ଟ୍ରସମୂହ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ’ ଏକ ଐତିହାସିକ ରାଜିନାମାରେ ଉପଗତ ହୋଇଛି।
ଏହି ରାଜିନାମା ହେଉଛି ସମୃଦ୍ଧ ରାଷ୍ଟ୍ରସମୂହଙ୍କ ବ୍ୟାପକ ‘କାର୍ବନ୍ ଏମିସନ୍’ର ସରବ୍ୟ ହେଉଥିବା ଦରିଦ୍ର ରାଷ୍ଟ୍ରମାନଙ୍କର ବିଜୟ। କାରଣ ବିଶ୍ବ ତାପମାନ ପ୍ରତି ଅତି ସ୍ବଳ୍ପ ଅବଦାନ ଥାଇ ସୁଦ୍ଧା ସେମାନେ ଏହାର କୁପରିଣାମ ଭୋଗୁଛନ୍ତି।
କିନ୍ତୁ, ‘କାର୍ବନ୍ ଏମିସନ୍’ ହ୍ରାସ ନିମନ୍ତେ ବିବାଦ ଯୋଗୁଁ ଏଭଳି ରାଜିନାମା ଏଯାବତ୍ ଅନିଶ୍ଚିତ ବୋଲି ‘ଦି ଆସୋସିଏଟ୍ ପ୍ରେସ୍’ ରିପୋର୍ଟ କରିଛି। ଏହାର କାରଣ ହେଉଛି, ସମୃଦ୍ଧ ରାଷ୍ଟ୍ରସମୂହଙ୍କର ଇଚ୍ଛା ‘ପ୍ୟାରିସ୍ ଚୁକ୍ତି’ ଅନୁସାରେ ଆଗାମୀ ଦଶନ୍ଧି ମଧ୍ୟରେ ବିକାଶଶୀଳ ଦେଶସମୂହ ‘କାର୍ବନ୍ ଏମିସନ୍’ ପରିମାଣ ହ୍ରାସ କରନ୍ତୁ।
Image Courtesy of Money Controlଏହି ‘ଲସ୍ ଆଣ୍ଡ୍ ଡ୍ୟାମେଜ୍’ (କ୍ଷତି ଓ ନଷ୍ଟ) ରାଜିନାମାଦ୍ବାରା ପ୍ରଳୟଙ୍କରୀ ବନ୍ୟା, ମରୁଡ଼ି, ଗ୍ରୀଷ୍ମ ପ୍ରବାହ, ଦୁର୍ଭିକ୍ଷ ଏବଂ ଝଡ଼ବତାସ ମୁକାବିଲା କରିବା ପାଇଁ ଗରିବ ରାଷ୍ଟ୍ରସମୂହ ନଗଦ ଅର୍ଥ ପାଇବେ।
ରବିବାର ଦିନ ‘କୋପ୍୨୭’ ଶିଖର ସମ୍ମିଳନୀର ଶେଷ ଆଡ଼କୁ ବିକଶିତ ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କର ବୁଝାମଣାକାରୀମାନେ ‘ଲସ୍ ଆଣ୍ଡ୍ ଡ୍ୟାମେଜ୍’ ପାଣ୍ଠି ଗଠନ କରିବା ପାଇଁ ରାଜି ହୋଇଛନ୍ତି।
ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଏକ ପରିବେଶ ‘ଥିଙ୍କ୍ ଟ୍ୟାଙ୍କ୍’ର ଜଣେ ଅଧିକାରୀ କହିଛନ୍ତି, ‘ଲସ୍ ଆଣ୍ଡ୍ ଡ୍ୟାମେଜ୍’ ପାଣ୍ଠି ଘର ଧ୍ବଂସ ହୋଇଯାଇଥିବା ଗରିବ ପରିବାର, ବିଲ ନଷ୍ଟ ହୋଇଯାଇଥିବା କୃଷକ ଏବଂ ପୂର୍ବପୁରୁଷଙ୍କ ଭିଟା ଛାଡ଼ିବାକୁ ବାଧ୍ୟ ହୋଇଥିବା ଦ୍ବୀପବାସୀଙ୍କ ପାଇଁ ‘ଲାଇଫ୍ଲାଇନ୍’ ଭାବେ କମ କରିବ।
Follow Us