ଟିକା ପାଇଁ ବିଶ୍ବବ୍ୟାପୀ ବ୍ୟଗ୍ରତା ମଧ୍ୟରେ ଧନୀ ଦେଶମାନେ ତୁରନ୍ତ କିଣି ନେଉଛନ୍ତି କୋଭିଡ୍-୧୯ ଟିକା ଷ୍ଟକ୍

Advertisment
ଟିକା ପାଇଁ ବିଶ୍ବବ୍ୟାପୀ ବ୍ୟଗ୍ରତା ମଧ୍ୟରେ ଧନୀ ଦେଶମାନେ ତୁରନ୍ତ କିଣି ନେଉଛନ୍ତି କୋଭିଡ୍-୧୯ ଟିକା ଷ୍ଟକ୍

Image Courtesy of MSN

ୱାଶିଂଟନ୍: ବିଶ୍ବ ଜନସଂଖ୍ୟାର କିଛି ଅଂଶର ପ୍ରତିନିଧିତ୍ବ କରୁଥିବା ଧନୀ ଦେଶମାନେ ଆଶାପ୍ରଦ କୋଭିଡ୍‌-୧୯ ଟିକାର ଅର୍ଦ୍ଧେକ ଖରିଦ କରିନେଇଥିବା କଥା ଏକ ଅଧ୍ୟୟନରୁ ଜଣାପଡ଼ିଛି।

ବୁଧବାର ଦିନ ଇଉରୋପିଆନ୍ ୟୁନିୟନ୍‌ର ମୁଖ୍ୟ ଉର୍ସୁଲା ବନ୍ ଡର୍ ଲିୟେନ୍ ‘ଟିକା ଜାତୀୟତାବାଦ’ ବିରୋଧରେ ସତର୍କ କରାଇ କହିଛନ୍ତି, ତାହା ଅପେକ୍ଷାକୃତ ଗରିବ ରାଷ୍ଟ୍ରମାନଙ୍କୁ ରୋଗପ୍ରତିରୋଧକ ଶକ୍ତିରୁ ବଞ୍ଚିତ କରି ଜୀବନ ବିପଦଗ୍ରସ୍ତ କରିପାରେ।

କିନ୍ତୁ, ଅକ୍ସ୍‌ଫାମ୍ ଦ୍ବାରା ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବିଶ୍ବ ଜନସଂଖ୍ୟାର ୧୩% ପ୍ରତିନିଧିତ୍ବ କରୁଥିବା ଧନୀ ଦେଶ ଦଳ ଟିକାର ସିଂହଭାଗ ଆୟତ କରିନେଇଛନ୍ତି।

publive-image Image Courtesy of Bangkok Post

ଅକ୍ସ୍‌ଫାମ୍ ଆମେରିକାର ରବର୍ଟ ସିଲ୍‌ଭର୍‌ମ୍ୟାନ୍ କହିଛନ୍ତି, ଜଣେ କେଉଁଠି ବାସ କରୁଛି କିଂବା ଜଣକ ପାଖରେ କେତେ ଟଙ୍କା ଅଛି ତାହା ଉପରେ ଜୀବନ ରକ୍ଷାକାରୀ ଟିକାର ଉପଲବ୍ଧି ନିର୍ଭର କରିବା ଅନୁଚିତ। କୋଭିଡ୍-୧୯ ଯେକୌଣସି ସ୍ଥାନରେ ଅର୍ଥାତ୍ କୋଭିଡ୍-୧୯ ସର୍ବତ୍ର।

ଅକ୍ସ୍‌ଫାମ୍ ରିପୋର୍ଟ ଅନୁସାରେ, ସମ୍ପ୍ରତି ପରୀକ୍ଷାର ଶେଷ ପର୍ଯ୍ୟାୟରେ ଥିବା ୫ଟି ଅଗ୍ରଣୀ ଟିକା ୫.୯ ବିଲିୟନ୍ ଡୋଜ୍ ଯୋଗାଇ ପାରିବ। ତିନି ବିଲିୟନ୍ ଲୋକଙ୍କ ପାଇଁ ଏହା ଯଥେଷ୍ଟ।

ଏତିକ ଟିକାରୁ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, ଇଉରୋପିଆନ୍ ୟୁନିୟନ୍, ଅଷ୍ଟ୍ରେଲିଆ, ହଙ୍ଗ୍‌କଙ୍ଗ୍‌, ମାକାଉ, ଜାପାନ, ସୁଇଜର୍‌ଲାଣ୍ଡ୍‌ ଏବଂ ଇସ୍ରାଏଲ୍‌ ସମେତ ଧନିକ ବିଶ୍ବ ପ୍ରାୟ ୫୧% ଟିକା ଖରିଦ କରି‌ ସାରିଲେଣି।

ବାକି ୨. ୬ ବିଲିୟନ୍ ଟିକା ଭାରତ, ବାଂଲାଦେଶ, ଚୀନ୍, ବ୍ରାଜିଲ୍, ଇଣ୍ଡୋନେସିଆ ଏବଂ ମେକ୍ସିକୋ ଭଳି ବିକାଶୀଳ ଦେଶ କିଣିଛନ୍ତି ବା ତାଙ୍କୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe