ଗରିବଙ୍କ ପାଇଁ ୯.୪ ଲକ୍ଷ ସହାୟତା ରାଶି ଦେଲେ ଏହି ୧୧ ବର୍ଷୀୟା ନାବାଳିକା

Advertisment
ଗରିବଙ୍କ ପାଇଁ ୯.୪ ଲକ୍ଷ ସହାୟତା ରାଶି ଦେଲେ ଏହି ୧୧ ବର୍ଷୀୟା ନାବାଳିକା

(Photo Credits: ANI)

ହାଇଦ୍ରାବାଦ୍‌: କୋଭିଡ୍‌-୧୯ ସହ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ବିଭିନ୍ନ ଆଡୁ ସହାୟତା ରାଶି ମିଳିଛି। ଏହି ଦୌଡ଼ରେ ସାମିଲ୍‌ ହୋଇଛନ୍ତି ଜଣେ ୧୧ ବର୍ଷୀୟା ଝିଅ। ହାଇଦ୍ରାବାଦର ଏହି ସହୃଦୟା ନାବାଳିକା ଜଣକ କରୋନା ମୁକାବିଲା ପାଇଁ ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ୯.୪ ଲକ୍ଷ ଟଙ୍କା ପ୍ରଧାନ କରିଥିବା ଜାଣିବାକୁ ମିଳିଛି।

ଏହି ନାବାଳିକାର ନାମ ରିଦ୍ଧି। ସେ ଷଷ୍ଠ ଶ୍ରେଣୀର ଛାତ୍ରୀ। ସେ ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଯୋଗାଡ଼ କରି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। କରେନା ଭାଇରସ୍‌ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଏହାର ପ୍ରଭ‌ାବ ଗରିବ ଲୋକଙ୍କ ଉପରେ ବେଶି ପଡ଼ିଛି। ଗରିବମାନଙ୍କର ଏହି ଦୁର୍ଦ୍ଦିନରେ ସହାୟ ହେବା ପାଇଁ ରିଦ୍ଧି ଏପରି ଚିନ୍ତା କରିଛନ୍ତି।

ଗଣମାଧ୍ୟମରେ ମତ ରଖି ରିଦ୍ଧିର ମାଆ ଶିଳ୍ପା କହନ୍ତି, ‘ଲକ୍‌ଡାଉନ୍‌ ହେତୁ ନିଜ ଆବଶ୍ୟକତା ପୂରା ନ ହେବା କାରଣରୁ ରିଦ୍ଧି ପ୍ରଥମେ ବେଶ୍‌ ବ୍ୟସ୍ତ ହୋଇ ପଡୁଥିଲା। ପରେ ସେ ଯେତେବେଳେ ଟିଭିରୁ ଗରିବ ଲୋକମାନଙ୍କ ଅବସ୍ଥା ବିଷୟରେ ଜାଣିବାକୁ ପାଇଲା ରିଦ୍ଧି ସେମାନଙ୍କ ପାଇଁ କିଛି କରିବାକୁ ଚିନ୍ତା କଲା। ପରେ ସେ ଗରିବମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ଆରମ୍ଭ କଲା। ରିଦ୍ଧି ପ୍ରଥମେ ନିଜ ସଞ୍ଚୟ ରାଶି ଦାନ କରିବା ପରେ ଅନ୍ୟମାନଙ୍କଠାରୁ ଟଙ୍କା ଯୋଗାଡ଼ କରିବା ବିଷୟରେ ଚିନ୍ତା କରିଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe