ଇସ୍ରାଏଲରୁ ଅପହରଣ କରି ନେଇଥିବା କଅଁଳ ଶିଶୁଙ୍କ କାନ୍ଦ ବନ୍ଦ କରିବା ପାଇଁ କୋଳରେ ବସାଇ ଝୁଲାରେ ଝୁଲାଉଛନ୍ତି ଆତଙ୍କବାଦୀ

Advertisment
ଇସ୍ରାଏଲରୁ ଅପହରଣ କରି ନେଇଥିବା କଅଁଳ ଶିଶୁଙ୍କ କାନ୍ଦ ବନ୍ଦ କରିବା ପାଇଁ କୋଳରେ ବସାଇ ଝୁଲାରେ ଝୁଲାଉଛନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଇସ୍ରାଏଲର ଡିଫେନ୍ସ ଫୋର୍ସ(ଆଇଡିଏଫ) ଏକ ଭିଡିଓ ସେୟାର କରିଛନ୍ତି। ଆଇଡିଏଫ ହମାସ ଆତଙ୍କବାଦୀଙ୍କ ନିନ୍ଦା କରି ଭିଡିଓ କ୍ୟାପସନରେ ଲେଖିଛି, ‘ଆପଣମାନେ ଶିଶୁ କ୍ଷତ ଦେଖି ପାରୁଛନ୍ତି। ସେମାନଙ୍କ କାନ୍ଦିବା ସ୍ବର ଶୁଣି ପାରୁଛନ୍ତି। ସେମାନଙ୍କୁ ଭୟରେ ଥରୁଥିବା ଅନୁଭବ କରି ପାରୁଛନ୍ତି। ଏହି ଶିଶୁମାନଙ୍କୁ ହମାସ ଆତଙ୍କବାଦୀମାନେ ସେମାନଙ୍କ ଘରେ ବନ୍ଦୀ କରି ରଖିଛନ୍ତି। ଶିଶୁଙ୍କ ବାପା-ମା’ ଘରେ ମୃତ ଅବସ୍ଥାରେ ପଡ଼ି ରହିଛନ୍ତି। ଏମାନେ ସେହି ଆତଙ୍କବାଦୀ ଯାହାଙ୍କୁ ଆମେ ହରାଇବାକୁ ଯାଉଛୁ।’

ତେବେ ଇସ୍ରାଏଲର ଡିଫେନ୍ସ ଫୋର୍ସ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟ ହୃଦୟବିଦାରକ ରହିଛି। ଆତଙ୍କବାଦୀମାନେ ଇସ୍ରାଏଲରୁ ଅପହରଣ କରି ନେଇଥିବା ଶିଶୁମାନେ କ୍ଷତାକ୍ତ ହୋଇପଡ଼ିଛନ୍ତି। ସେମାନଙ୍କ ଗୋଡ଼ରେ ଆତଙ୍କବାଦୀମାନେ ପଟି ବାନ୍ଧୁଛନ୍ତି। ଶୋଷିଲା ଶିଶୁକୁ ପାଣି ଦେଉଛନ୍ତି। ଏହି ସମୟରେ ତାକୁ ‘ବିସ୍‌ମିଲ୍ଲା’ କହିବାକୁ କହୁଛନ୍ତି।

ସେହିପରି ଆତଙ୍କବାଦୀଙ୍କ କବଳରେ ଥିବା କଅଁଳ ଶିଶୁମାନେ ମା’କୁ ମନେ ପକାଇ କୁଆଁକୁଆଁ ହୋଇ କାନ୍ଦୁଛି। ଆତଙ୍କବାଦୀମାନେ ଶିଶୁଙ୍କ କାନ୍ଦ ବନ୍ଦ କରିବା ପାଇଁ କୋଳରେ ବସାଇ ଝୁଲା‌ରେ ଶୁଆଇ ଚୁପ କରିବାକୁ ଚେଷ୍ଟା କରୁଥିବରା ଭିଡିଓରେ ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe