hindustan times
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କ୍ଲସ୍ ଏଲ୍ମୁଠାରେ ଅନୁଷ୍ଠିତ ଜି-୭ ଶିଖର ବୈଠକରେ ଯୋଗ ଦେବା ସହ ଦ୍ବିଦିବସୀୟ ଜର୍ମାନୀ ଗସ୍ତ ସାରି ମଙ୍ଗଳବାର ସଂଯୁକ୍ତ ଆରବ ଅମୀରାତ (ୟୁଏଇ) ଯାତ୍ରା କରିଥିଲେ।
ଜି-୭ ସମ୍ମିଳନୀ ଅବସରରେ ବିଶ୍ବ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଯେପରି ଭାବେ ସମ୍ମାନ ପ୍ରଦର୍ଶନ କଲେ ତାହାକୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ମଙ୍ଗଳବାର ଟ୍ବିଟରରେ ଏକ ଭିଡିଓ ସେୟାର କରି ଉଲ୍ଲେଖ କରିଛନ୍ତି। ଏହି ଭିଡିଓରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲିଙ୍ଗନ କରିବାର ଦେଖିବାକୁ ମିଳୁଛି।
ଏଥିରେ ମୋଦୀଙ୍କ ସହ ଜି-୭ ନେତାମାନଙ୍କ ଗ୍ରୁପ୍ ଫଟୋ ମଧ୍ୟ ଦିଆଯାଇଛି। ଏହି ଭିଡିଓରେ ପୁଣି ଦେଖିବାକୁ ମିଳୁଛି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚାଲିଚାଲି ମୋଦୀଙ୍କ ପାଖକୁ ଆସି କରମର୍ଦ୍ଦନ ପାଇଁ ତାଙ୍କ କାନ୍ଧ ଥାପୁଡ଼ଉଛନ୍ତି। ରିଜୁଜୁ ଟ୍ବିଟରରେ ଲେଖିଛନ୍ତି ଯେ ଆମ ପ୍ରଧାନମନ୍ତ୍ରୀ ବିଦେଶ ମାଟିରେ ବିଶ୍ବନେତାମାନଙ୍କ ଦ୍ବାରା ସମ୍ମାନିତ ଓ ପ୍ରଶଂସିତ ହେବା ଦେଖି ରାଜନୀତି ଓ ଆଦର୍ଶଗତ ବିଭେଦରୁ ଊର୍ଦ୍ଧ୍ବରେ ଆମେ ଭାରତୀୟମାନେ ଗର୍ବ ଅନୁଭବ କରୁଛୁ।
Follow Us