ଜୟପୁର : ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ନାଥଓ୍ବାର୍ଡାଠାରେ ଥିବା ଐତିହାସିକ ଶ୍ରୀନାଥଜୀ ମନ୍ଦିରକୁ ଆଜି ଜଣେ ବିଶିଷ୍ଟ ବ୍ୟକ୍ତି ଦର୍ଶନ କରିବାକୁ ଆସିଥିଲେ । ତାଙ୍କ କାନ୍ଧରେ ଏକ ଗେରୁଆ ରଂଗର ଶାଢୀ ଗୁଡ଼ା ହୋଇଥିଲା । ଏହା ସହିତ ତାଙ୍କ ମସ୍ତକରେ ଏକ ହଳଦିଆ କପଡ଼ା ଗୁଡ଼ା ହୋଇଥିଲା । ହଠାତ ଯଦି ଜଣେ ଦେଖିବ ତାଙ୍କୁ ଚିହ୍ନିପାରିବ ନାହିଁ । ସେ ଥିଲେ ଦେଶର ୨ନମ୍ବର ଧନୀ ବ୍ୟକ୍ତ ମୁକେଶ ଅମ୍ବାନି । ସେ ନିଜ ପୁଅ ଅନନ୍ତ ଓ ଭାବୀ ବୋହୁ ରାଧିକା ମର୍ଚ୍ଚାଣ୍ଟ ମଧ୍ୟ ଥିଲେ । ଏହା ସହିତ ରିଲାଏନ୍ସ ଗ୍ରୁପର ଜଣେ ନିର୍ଦ୍ଦେଶକ ମନୋଜ ମୋଦୀ ବି ଥିଲେ ।
ମୁକେଶ ଓ ଅନନ୍ତ ଅମ୍ବାନୀ ରାଧିକାଙ୍କ ସହ ବିଶାଲ ବାୱାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ବାଓ୍ବା ସମଗ୍ର ପରିବାରକୁ ସେମାନଙ୍କ ମଙ୍ଗଳ ପାଇଁ ଆଶୀର୍ବାଦ ଦେଇଥିଲେ ଏବଂ ଭାରତରେ ୫ଜି ଲଞ୍ଚ, ଖୁଚୁରା ଏବଂ ସବୁଜ ଶକ୍ତି ପରି ନୂତନ ଉଦ୍ୟୋଗରେ ପ୍ରବେଶ ପାଇଁ ଅଭିନନ୍ଦନ ଜଣାଇଥିଲେ।
ସେମାନେ ଏକ ଚାର୍ଟାର୍ଡ ବିମାନରେ ଉଦୟପୁରର ଡାବୋକ ବିମାନବନ୍ଦରରେ ଅପରାହ୍ନ ୪ଟାରେ ପହଞ୍ଚିଥିଲେ | ସେଠାରୁ ସେମାନେ ସଡ଼କପଥରେ ନାଥଓ୍ବାଡାରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ କିଛି ସମୟ ରହିଥିଲେ । ପରେ ସେମାନେ ଉଦୟପୁର ଦେଇ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ । ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଗ୍ରୁପ ଆସନ୍ତା ଦୀପାବଳି ପୂର୍ବରୁ ଦେଶରେ ୫ଜି ସେବା ଆରମ୍ଭ କରିବ ।
Follow Us