ଦଙ୍ଗା-ପ୍ରଭାବିତ ପରିବାରଙ୍କ ଦାବି: ‘ସ୍ଥାୟୀ କେନ୍ଦ୍ରୀୟ ବାହିନୀ ଶିବିର ଚାହୁଛୁ’

Advertisment

ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱକଫ୍ ସଂଶୋଧନ ଆଇନକୁ ବିରୋଧ କରି ଚାଲିଥିବା ବିକ୍ଷୋଭ ହିଂସାତ୍ମକ ରୂପ ଧାରଣ କରିବା ସହ ୩ ଜଣଙ୍କ ମୃତ୍ୟୁ ଓ ଅନେକଙ୍କ ସମ୍ପତ୍ତି ନଷ୍ଟ ହୋଇଛି।

ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱକଫ୍ ସଂଶୋଧନ ଆଇନକୁ ବିରୋଧ କରି ଚାଲିଥିବା ବିକ୍ଷୋଭ ହିଂସାତ୍ମକ ରୂପ ଧାରଣ କରିବା ସହ ୩ ଜଣଙ୍କ ମୃତ୍ୟୁ ଓ ଅନେକଙ୍କ ସମ୍ପତ୍ତି ନଷ୍ଟ ହୋଇଛି।

sdcvcvf

କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱକଫ୍ ସଂଶୋଧନ ଆଇନକୁ ବିରୋଧ କରି ଚାଲିଥିବା ବିକ୍ଷୋଭ ହିଂସାତ୍ମକ ରୂପ ଧାରଣ କରିବା ସହ ୩ ଜଣଙ୍କ ମୃତ୍ୟୁ ଓ ଅନେକଙ୍କ ସମ୍ପତ୍ତି ନଷ୍ଟ ହୋଇଛି। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ବାହିନୀ ଶାନ୍ତିରକ୍ଷା ଦାୟିତ୍ୱ ଗ୍ରହଣ କରିଛି ଏବଂ ହିଂସା-ପ୍ରଭାବିତ ଅଂଚଳ ସ୍ୱାଭାବିକ ସ୍ଥିତିକୁ ଫେରୁଛି। କିନ୍ତୁ ବାସିନ୍ଦାମାନେ ଏବେ ବି ଏହି ଦୁଃଖଦ ଅନୁଭୂତିରେ ସ୍ତବ୍ଧ ହୋଇ ଯାଇଛନ୍ତି ଏବଂ ନିଜ ଅଞ୍ଚଳରେ ସ୍ଥାୟୀ କେନ୍ଦ୍ରୀୟ ଫୋର୍ସ କ୍ୟାମ୍ପ ଚାହୁଛନ୍ତି।

ହିଂସା-ପ୍ରପୀଡ଼ିତ ଧୁଲିଆଁ ଅଞ୍ଚଳର ବାସିନ୍ଦା ଖୁସ୍‌ବୁ ଦାସ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି, ସେମାନେ ଆମର ତେଜରାତି ଦୋକାନକୁ ପୋଡ଼ି ଦେଲେ ଓ ଆମ ଘରେ ନିଆଁ ଲଗାଇ ଦେଲେ। ଆମେ ପୁଲିସ ଓ ଦମକଳ ବାହିନୀକୁ ଫୋନ୍ କରିଥିଲୁ, କିନ୍ତୁ କେହି ଫୋନ୍ ଉଠାଇ ନ ଥିଲେ। ସେମାନେ ଆମ ଘରକୁ ଲୁଟ୍ କରିଥିଲେ ଏବଂ ମହିଳାମାନଙ୍କ ସହ ଅସଦାଚରଣ କରିଥିଲେ। ଆମେ ଏଠାରେ ବିଏସ୍‌ଏଫ୍‌ର ଏକ ସ୍ଥାୟୀ କ୍ୟାମ୍ପ ଚାହୁଛୁ ଯାହାଦ୍ୱାରା ଏହାର ପୁନରାବୃତ୍ତି ନ ହୁଏ। ଆମେ ଏଠାରେ ଶାନ୍ତିରେ ରହିବାକୁ ଚାହୁଛୁ। ଆଉ ଜଣେ  ବାସିନ୍ଦା ପ୍ରଜାକ୍ତା ଦାସ କହିଛନ୍ତି ଯେ ପରିସ୍ଥିତି ଏବେ ବି ଭୀତିପ୍ରଦ ରହିଛି।

ଆମେ ଶାନ୍ତି, ନିରାପତ୍ତା ଓ ଏହାର ସମାଧାନ ଚାହୁଛୁ। ଆମେ ଏଠାରେ କେନ୍ଦ୍ରୀୟ ବାହିନୀର ଏକ ସ୍ଥାୟୀ ଶିବିର ଚାହୁଛୁ। ପଶ୍ଚିମବଙ୍ଗର ସିଆର୍‌ପିଏଫ୍‌ ମହାନିରୀକ୍ଷକ ବୀରେନ୍ଦ୍ର କୁମାର ଶର୍ମା କହିଛନ୍ତି ଯେ, ଜିଲ୍ଲାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ କିନ୍ତୁ ନିୟନ୍ତ୍ରଣରେ ରହିଛି। ଏହି ଅଞ୍ଚଳରେ ୪ଟି ଆର୍‌ଏଏଫ୍ କମ୍ପାନି ସମେତ ୮ ସିଆର୍‌ପିଏଫ୍ କମ୍ପାନି ମୁତୟନ ହୋଇଛନ୍ତି। ଗତ ୪୮ ଘଣ୍ଟା ମଧ୍ୟରେ ଜଙ୍ଗୀପୁର, ଧୁଲିଆଁ, ସୁତି ଓ ଶମସେରଗଞ୍ଜ ଅଞ୍ଚଳରେ କେନ୍ଦ୍ରୀୟ ବାହିନୀ ଓ ରାଜ୍ୟ ପୁଲିସ ନଜର ରଖିଥିବା ବେଳେ କୌଣସି ହିଂସାକାଣ୍ଡ ଘଟିନାହିଁ। ଏହି ହିଂସାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ ମୋଟ ୨୧୦ ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe