ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଖୁଲାସା: ୨୫୦ଥର ଛୁରି ଭୁସି ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀଙ୍କୁ ହତ୍ୟା କରାଯାଇଥିଲା

Advertisment
ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଖୁଲାସା: ୨୫୦ଥର ଛୁରି ଭୁସି ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀଙ୍କୁ ହତ୍ୟା କରାଯାଇଥିଲା

ନୂଆଦିଲ୍ଲୀ: ଏବେ ଦିଲ୍ଲୀରେ ଆରମ୍ଭ ହୋଇଥିବା ହିଂସା ଥମି ଯାଇଥିଲେ ମଧ୍ୟ ହୋଇଥିବା କ୍ଷତିର ଚିହ୍ନ ଉତ୍ତର-ପୂର୍ବ ଦିଲ୍ଲୀରେ ଏବେ ବି ଜୀବିତ ହୋଇ ରହିଛି। ପ୍ରାୟ ୪୨ଜଣ ଏହି ହିଂସାର ଶିକାର ହୋଇ ମୃତ୍ୟୁବରଣ କରିଥିବା ବେଳେ ହିଂସାର ଯାଞ୍ଚ କରିବା ପ‌ାଇଁ ଦୁଇଟି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରିଛି ଦିଲ୍ଲୀ ପୁଲିସ। ଏ ମଧ୍ୟ‌ରେ ଆଉ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଦୋହଲାଇ ଦେଇଛି। ଗତ ମଙ୍ଗଳବାର ନିଜ ଘରଠାରୁ କିଛି ଦୂରରେ ହତ୍ୟା କରାଯାଇଥିବା  ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀ ଅଙ୍କିତ ଶର୍ମାଙ୍କୁ ୨୫୦ ଥର ଛୁରୀ ଭୁସା ଯାଇଥିଲା। ଏକ ନର୍ଦ୍ଦମାରୁ ତାଙ୍କ ମୃତଦେହ ମିଳିଥିଲା।

Image result for Delhi riot horror Deccan Herald

ଏବେ ତାଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଥିବା ବେଳେ ଅଙ୍କିତଙ୍କୁ ଉତ୍ତ୍ୟକ୍ତ ଲୋକେ ୨୫୦ଥର ଛୁରୀ ଭୁସି ହତ୍ୟା କରିଥିବା ସାମ୍ନାକୁ ଆସିଛି। ଏଭଳି ଖବର ଉତ୍ତ୍ୟକ୍ତ ଲୋକଙ୍କ ନୃଶଂସତାକୁ ପଦାକୁ ଆଣିଛି। ଅନ୍ୟ ପକ୍ଷରେ, ଅଙ୍କିତଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସ୍ଥାନୀୟ ଆମ୍ ଆଦମୀ ପାର୍ଟି ନେତା ତାହିର ହୁ‌ସେନଙ୍କୁ ଦାୟୀ କରିଥିଲେ। ପୁଲିସ ଏ ନେଇ ତାହିରଙ୍କ ବିରୋଧରେ ଏତଲା ଦାୟର କରିବା ପରେ ଆପ ତାହିରଙ୍କୁ ନିଲମ୍ବିତ କରିଛି। ଘଟଣାରେ ତାହିରଙ୍କ ହାତ ଥିବା ନେଇ ଚର୍ଚ୍ଚା ହେବା ସହ ତାଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା, ଏସିଡ୍ ଇତ୍ୟାଦି ମିଳିଥିଲା। ଏ ବିଷୟରେ ଜାଣି ତାହିରଙ୍କ ସହ ନିଜର ସବୁ ସଂପର୍କ ଛିନ୍ନ କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ନିଜର କଡ଼ା ବୟ‌ାନ ଦେଇଥିଲେ। ଏଭଳି ହିଂସା ପାଇଁ ଯିଏ ବି ଦାୟୀ, ତାକୁ କଡ଼ା ଦଣ୍ଡ ମିଳିବା ଦରକାର ବୋଲି କହିବା ସେ କହିଥିଲେ।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe