The Hindu
ଢାକା: ହିନ୍ଦୁ ବିରୋଧୀ ଫେସ୍ବୁକ୍ ପୋଷ୍ଟକୁ ନେଇ ବାଂଲାଦେଶ ବନ୍ଦର ସହର ଚିତ୍ତଗଙ୍ଗରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ହିନ୍ଦୁଙ୍କ ବିରୋଧରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହିନ୍ଦୁମାନେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କ ଉପରେ ସେନା ଓ ପୁଲିସ ବାହିନୀ ଆକ୍ରମଣ କରିଛି। ଏହି ଦମନଲୀଳାକୁ ନେଇ ଭାରତ ଓ ଆନ୍ତର୍ଜାତିକ ହିନ୍ଦୁ ସଂଗଠନ ତୀବ୍ର ସମାଲୋଚନା କରିଛି। ଗତକାଲି, ଜଣେ ମୁସଲିମ୍ ଯୁବକ ଇସ୍କନ୍ ବିରୋଧରେ ଫେସ୍ବୁକ୍ରେ ପୋଷ୍ଟ କରି ଇସ୍କନ୍କୁ ଅସିଦ୍ଧ ଘୋଷଣା କରିବାକୁ ଦାବି କରିଥିଲେ। ଏହା ବିରୋଧରେ ହିନ୍ଦୁମାନେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ଓ ସେନା ଲାଠି ମାଡ଼ କରି ଘଉଡ଼ାଇବାକୁ ଚେଷ୍ଟା କରିଥିଲେ।
ଏ କିଛି ସମୟ ମଧ୍ୟରେ ସମଗ୍ର ଅଞ୍ଚଳ ସୁରକ୍ଷାକର୍ମୀ ଓ ଆନ୍ଦୋଳନକାରୀଙ୍କ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ରାତିରେ, ବାଂଲାଦେଶୀ ସୈନିକ ଓ ପୁଲିସ ହଜାରି ଗଳିରେ ଘର ଘର ବୁଲି ସିସିଟିଭି କ୍ୟାମେରାଗୁଡ଼ିକୁ ଭାଙ୍ଗିବା ସହ ଆନ୍ଦୋଳନକାରୀଙ୍କୁ ଘରୁ ଟାଣିନେଇ ମାଡ଼ ମାରିବା ସହ ଗିରଫ କରିନେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚଳାଯାଇଥିବା ମଧ୍ୟ ସ୍ଥାନୀୟ ଖବରକାଗଜରେ ପ୍ରକାଶ ପାଇଛି।
Follow Us