ଷ୍ଟ୍ରିଟ୍‌ଲାଇଟ୍‌ ବନ୍ଦ ଥିଲା,‌ ପେଟ୍ରୋଲ୍‌ ବୋମା ଫିଙ୍ଗା ଚାଲିଥିଲା; ପୂର୍ବରୁ ଯୋଜନା ମୁତାବକ ଦଙ୍ଗା ହୋଇଥିବା କହିଲା ପୁଲିସ୍‌

ଷ୍ଟ୍ରିଟ୍‌ଲାଇଟ୍‌ ବନ୍ଦ ଥିଲା,‌ ପେଟ୍ରୋଲ୍‌ ବୋମା ଫିଙ୍ଗା ଚାଲିଥିଲା; ପୂର୍ବରୁ ଯୋଜନା ମୁତାବକ ଦଙ୍ଗା ହୋଇଥିବା କହିଲା ପୁଲିସ୍‌

www.indiatoday.in

ଭଡ଼ୋଦରା: ଗୁଜୁରାଟର ଭଡ଼େ‌ାଦରାରେ ବାଣ ଫୁଟାଇବାକୁ ନେଇ ବିବାଦ ଉପୁଜିଥିଲା। କେବଳ ବିବାଦ ନୁହେଁ, ବାଣ ନିଆଁରେ ଏକ ବାଇକ୍‌ ଜଳିଯିବା ପରେ ୨ ଗୋଷ୍ଠୀ ମଧ୍ୟରେ ଦଙ୍ଗା ପରିସ୍ଥିତି ଉପୁଜିଥିଲା। ପୁଲିସ୍‌ ଏହି ଘଟଣାର ତଦନ୍ତ କରି ଏହା ପୂର୍ବ ଯୋଜନା ମୁତାବକ ହୋଇଛି ବୋଲି ସୂଚନା ଦେଇଛି। ଦଙ୍ଗା ବେଳେ ଷ୍ଟ୍ରିଟ୍‌ ଲାଇଟ୍‌ ବନ୍ଦ କରାଯାଇ ପେଟ୍ରୋଲ୍‌ ବୋମା ଫୋପଡ଼ା ଯାଉଥିଲା, ଯାହା ଦ୍ବାରା ସ୍ପଷ୍ଟ ରୂପେ ଜଣାଯାଉଛି ଏହା ପୂର୍ବ ଯୋଜନା ଅନୁସାରେ ହୋଇଛି।

ଏହି ଘଟଣାର ତଦନ୍ତ କରିବାକୁ ଭଡ଼ୋଦରା ପୁଲିସ୍‌ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ଗତକାଲି ରାତି ପ୍ରାୟ ୧୨.୩୦ ସମୟରେ ଉପୁଜିଥିବା ଏହି ଦଙ୍ଗାରେ ପୁଲିସ୍‌ ‌ଏବେ ସୁଦ୍ଧା ୧୯ ଜଣଙ୍କୁ ଅଟକ ରଖି ସାରିଲାଣି।

ଏକ ବାଣ ପଡ଼ି ଜଣକ ବାଇକ୍‌ ପୋଡ଼ିଯିବା ନେଇ ପ୍ରଥମେ ବିବାଦ ଆରମ୍ଭ ହୋଇଥିଲା। ପରେ ଏହି ବିବାଦ ବଡ଼ ଧରଣର ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଦଙ୍ଗା ପରିସ୍ଥିତି ଉପୁଜିଥିବା ବେଳେ ସେଠାରେ ଥିବା ଅନେକ ଦୋକାନ ଭାଙ୍ଗି ଯାଇଛି। ଦଙ୍ଗା ସମୟରେ ଦଙ୍ଗାକାରୀମାନେ ପେଟ୍ରୋଲ୍‌ ବୋମା ବ୍ୟବହାର କରିଥିଲେ।

ଭଡ଼େ‌ାଦରାର ଡିସିପି ଯଶପାଲ୍‌ ଜଗନିଆ ଗଣମାଧ୍ୟମରେ ଏ ନେଇ ନିଜର ବୟାନ ଦେଇ କହିଛନ୍ତି ‌ଯେ ଅଟକ ରହିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନିଜ ଘରର ତୃତୀୟ ମହଲାରୁ ପୁଲିସ୍‌ ଉପରକୁ ପେଟ୍ରୋଲ୍‌ ବୋମା ଫିଙ୍ଗିଥିଲେ। ତେବେ ଏହି ଗଣ୍ଡଗୋଳରେ କେହି ଆହତ ହୋଇନାହାନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe