ସେନ୍‌ସେକ୍ସରେ ୧,୦୪୧ ପଏଣ୍ଟ୍ ବୃଦ୍ଧି

ସେନ୍‌ସେକ୍ସରେ୧,୦୧୭ ପଏଣ୍ଟ୍‌ ବୃଦ୍ଧି

Medium

ମୁମ୍ବାଇ : ବମ୍ବେ ଷ୍ଟକ ବଜାରରେ ଆଜି ଉତ୍ସାହଜନକ କାରବାର ହୋଇଛି। ନିବେଶକମାନେ ବିପୁଳ ପରିମାଣର ସେୟାର କିଣିବା ଯୋଗୁଁ ଷ୍ଟକ ବଜାର ସୂଚକାଙ୍କ ସେନ୍‌ସେକ୍ସ ୧୦୪୧ ପଏଣ୍ଟ୍‌ ବୃଦ୍ଧି ପାଇ ୫୬,୮୫୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଅନ୍ୟ ପକ୍ଷରେ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ସୂଚକାଙ୍କ ନିଫ୍‌ଟି ୨୮୮ ପଏଣ୍ଟ୍ ବୃଦ୍ଧି ପାଇ ୧୬,୯୩୦ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ରେ ବଜାଜ ଫାଇନାନ୍ସ, ବଜାଜ ଫିନ୍‌ସର୍ଭ, ଟାଟା ଷ୍ଟିଲ, କୋଟାକ୍ ବ୍ୟାଙ୍କ, ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ, ଟେକ୍ ମହିନ୍ଦ୍ରା, ଇନ୍‌ଫୋସିସ୍‌, ଏସିଆନ୍ ପେଣ୍ଟ୍‌ସ, ନେସ୍‌ଲେ ଇଣ୍ଡିଆ, ୱିପ୍ରୋ, ଟିସିଏସ୍‌ ଓ ଏଚ୍‌ସିଏଲ୍ ଟେକ୍ନୋଲୋଜିସ୍‌ର ସେୟାର ମୂଲ୍ୟ ବୃଦ୍ଧି ପାଇଛି। ଭାରତୀ ଏୟାରଟେଲ୍, ଅଲ୍‌ଟ୍ରାଟେକ୍ ସିମେଣ୍ଟ୍, ଡକ୍ଟର ରେଡିସ୍‌, ଆଇଟିସି ଓ ସନ୍‌ଫାର୍ମାର ସେୟାର ମୂଲ୍ୟ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe