ମୁଁ ଖେଳିବାକୁ ଆସୁଛି ! ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଭାଇରାଲ ହେଲା ଋଷଭଙ୍କ ଏଭଳି ଭିଡିଓ

ମୁଁ ଖେଳିବାକୁ ଆସୁଛି ! ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଭାଇରାଲ ହେଲା ଋଷଭଙ୍କ ଏଭଳି ଭିଡିଓ

ନୂଆଦିଲ୍ଲୀ: ଗତ ବର୍ଷ ଡିସେମ୍ବର ମାସରେ ଏକ ଭୟଙ୍କର କାର ଦୁର୍ଘଟଣାର ଶିକାର ହୋଇଥିଲେ ଭାରତୀୟ କ୍ରିକେଟର ଋଷଭ ପନ୍ତ। ଦୁର୍ଘଟଣାରେ ତାଙ୍କ ଜୀବନ ବଞ୍ଚିଯାଇଥିଲେ ବି ସେ ଗୁରୁତର ଭାବେ ଆହତ ହୋଇଥିଲେ। ଏହି କାରଣରୁ ‌ସେ ଏବେ ବିଶ୍ରାମ ନେଉଛନ୍ତି। ଅନେକ ସମୟରେ ସେ ନିଜର ଭିଡିଓ ସେୟାର କରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ ଦେଇଥାନ୍ତି। ଏବେ ଋଷଭଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଖୁବଶୀଘ୍ର ଖେଳିବାକୁ ଆସିବେ ବୋଲି କହୁଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ବିଜ୍ଞାପନ ଭିଡିଓରେ ପନ୍ତ କହୁଛନ୍ତି, 'ଯଦି ସମସ୍ତେ ଖେଳୁଛନ୍ତି ତେବେ ମୁଁ କାହିଁକି ନୁହେଁ? ମୁଁ ଖେଳିବାକୁ ଆସୁଛି।' ଏହା ଖାଦ୍ୟ ବିତରଣ ଆପ୍ ଜୋମାଟୋର ବିଜ୍ଞାପନ ଭିଡିଓ ହୋଇଥିବା ବେଳେ ଏବେ ଏହା ଭାଇରାଲ ହୋଇଛି।

ଭିଡିଓ ଆରମ୍ଭରୁ ଋଷଭ କହୁଛନ୍ତି "କ୍ରିକେଟ୍ ଏବଂ ଖାଦ୍ୟ, ଦୁଇଟି ଜିନିଷ ଯାହା ବିନା ମୁଁ ବଞ୍ଚି ପାରିବି ନାହିଁ। ମୁଁ ଗତ ୨ମାସ ହେଲାଣି କ୍ରିକେଟ୍ ଖେଳିପାରୁ ନାହିଁ। କିନ୍ତୁ ଡାକ୍ତର କହିଥିଲେ ସୁସ୍ଥ ହେବା ପାଇଁ ମୋତେ ଠିକ୍ ଭାବରେ ଖାଇବାକୁ ‌ହେବ। ତେଣୁ କେତେ‌ବେଳେ ଘରେ ଦେଶୀ ଘିଅର ଖାଦ୍ୟ ଖାଇଥିଲି ତ କେତେବେଳେ ସାଙ୍ଗମାନେ ଘରକୁ ଆସିଲେ ଜୋମାଟୋରୁ ଖାଦ୍ୟ ଅର୍ଡର କରି ଖାଇଥିଲି। ହେଲେ ଧିରେ ଧିରେ ସମସ୍ତେ ଆଇପିଏଲ ପାଇଁ ଅଭ୍ୟାସ କରିବାରେ ବ୍ୟସ୍ତ ହୋଇଗଲେ। ସେତେବେଳେ ମୁଁ ଭାବିଲି ଯଦି ସମସ୍ତେ ଖେଳୁଛନ୍ତି, ମୁଁ କାହିଁକି ନୁହେଁ? ମୁଁ ଖେଳିବାକୁ ଆସୁଛି। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe