ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ଋଷି, ସୁଏଲା ଜାତିଆଣ ଆକ୍ଷେପର ଶିକାର

Advertisment
ସୁନକ ସରକାର: ଭାରତ-ବ୍ରିଟେନ ସମ୍ପର୍କରେ, ନୂଆ ଅଧ୍ୟାୟ

NDTV.com

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇସ୍ତଫା ଦେବା ପରେ ସେଠାରେ କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ତାହାକୁ ନେଇ ଅଙ୍କକଷା ଚାଲିଛି। ଏଭଳି ସ୍ଥିତିରେ ଦୁଇ ଭାରତୀୟ ‌ବଂଶୋଦ୍ଭବ ଋଷି ସୁନକ ଓ ସୁଏଲା ବ୍ରେଭରମ୍ୟାନ ନୂଆ ପ୍ରଧାନମନ୍ତ୍ରୀ ‌ଦୌଡ଼ରେ ସାମିଲ ହୋଇଛନ୍ତି। ଏଥିପାଇଁ ସେମାନେ ‌ଖୋଲାଖୋଲି ଭାବେ ନାମ ଘୋଷଣା ବି କରିଛନ୍ତି। ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ଦୁଇ ଭାରତୀୟ ବଂଶୋଦ୍ଭବ ଏବେ ସାମାଜିକ ଗଣମାଧ୍ୟମରେ ଜାତିଆଣ ସମାଲୋଚନା ଓ ଆକ୍ଷେପର ଶିକାର ହୋଇଛନ୍ତି।

ଶ୍ରମିକ ଦଳର ଅନେକ ସାଂସଦ, ବାମପନ୍ଥୀ ଆଇନଜୀବୀ ଏବଂ ଏପରିକି ଦକ୍ଷିଣ ପନ୍ଥୀ ପ୍ରବକ୍ତାମାନେ ମଧ୍ୟ ସୁନକଙ୍କ ସ୍ଳୋଗାନ ‘ରେଡି ଫର୍ ଋଷି’ ପରେ ତାଙ୍କର ସଂପତ୍ତି, ତାଙ୍କ ଉପରେ ଲାଗୁ ହୋଇଥିବା ଜୋରିମାନା, ପତ୍ନୀଙ୍କ ଟିକସ ଏଡ଼ାଇବା ପ୍ରସଙ୍ଗଗୁଡ଼ିକ ଉଠାଇଛନ୍ତି। ଏପରିକି ଅର୍ଥମନ୍ତ୍ରୀ ଥିବା ସମୟରେ ଆମେରିକାର ଗ୍ରିନ କାର୍ଡ ରଖିବା ସହିତ କେତେକ ତାଙ୍କର ବିଦେଶୀ ପୃଷ୍ଠଭୂମି ବିଷୟ ଉଠାଇଛନ୍ତି। ଏପରିକି ଜନସନ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପୂର୍ବରୁ ଋଷି ‘ରେଡି ଫର୍ ଋଷି ଡଟ୍ କମ୍‌’ ନାମରେ ଏକ ୱେବସାଇଟ୍ ଖୋଲିଥିଲେ। ଋଷି ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ବ ସଂପର୍କରେ ଘୋଷଣା କରିବା ପରେ କିଛି ଦକ୍ଷିଣପନ୍ଥୀ ନାନା ଅଭିଯୋଗ ଆଣିଛନ୍ତି। ଶ୍ରମିକ ଦଳର ସାଂସଦ ରିଚାର୍ଡ ବର୍ଗନ ଟ୍ବିଟ କରିଛନ୍ତି ଯେ ସୁନକଙ୍କ ପରିବାର ଅତ୍ୟନ୍ତ ଧନୀ। କିନ୍ତୁ ସେମାନେ ଟିକସକୁ ଏଡ଼ାଇ ଯାଆନ୍ତି। ସେହିଭଳି ଲକ୍ଷ ଲକ୍ଷ ଲୋକ ସେମାନଙ୍କ ଘର ଗରମ କରିବାକୁ ସଂଘର୍ଷ କରୁଥିବା ବେଳେ ସୁନକ ତାଙ୍କ ସୁଇମିଂ ପୁଲ୍ ଗରମ ପାଇଁ ୧୩ ହଜାର ପାଉଣ୍ଡ ବା ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ସମାଲୋଚନା ହେଉଛି। ଜାତିଆଣ ଆକ୍ଷେପର ଶିକାର ହୋଇଥିବା ଅନ୍ୟତମ ଭାରତୀୟ ବଂଶୋଦ୍ଭବ ପାର୍ଥୀ ସୁଏଲା ବ୍ରେଭରମ୍ୟାନଙ୍କ ବାପା ନାଇରୋବିରୁ ବ୍ରିଟେନକୁ ଯାଇଥିଲେ। ତାଙ୍କ ପରିବାରର ଚେର ଗୋଆରେ ରହିଛି। ତାଙ୍କୁ ମଧ୍ୟରେ କଡ଼ା ସମାଲୋଚନା କରାଯାଇଛି। ସେ ଷ୍ଟେରଏଡ ନେବାପରେ ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭଳି ଆଚରଣ କରନ୍ତି ଏବଂ ଅନ୍ୟ ସମୟରେ ସେ ଡୋନାଲ୍‌ଡ ଟ୍ରମ୍ପଙ୍କ ଭଳି ବୋଲି କେତେକ ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe