ବଲିଉଡ୍ କିଂବଦନ୍ତି ଋଷି କପୁରଙ୍କ ଦେହାନ୍ତ

ବଲିଉଡ୍ କିଂବଦନ୍ତି ଋଷି କପୁରଙ୍କ ଦେହାନ୍ତ

ମୁମ୍ବାଇ: ଗୁରୁବାର ପ୍ରତ୍ୟୁଷରେ ହିନ୍ଦୀ ଚଳଚ୍ଚିତ୍ର ଜଗତ୍‌ର କିଂବଦନ୍ତି ଅଭିନେତା ଋଷି କପୁର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ମୁମ୍ବାଇର ସାର୍ ଏଚ୍‌ ଏନ୍ ରିଲାଏନ୍‌ସ୍ ଫାଉଣ୍ଡେସନ୍ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁବେଳେ ତାଙ୍କର ପତ୍ନୀ ନୀତୁ କପୁର ସେଠାରେ ଉପସ୍ଥିତ ଥିଲେ।

ଏ ସମ୍ପର୍କରେ ଟୁଇଟ୍‌ କରି ଅମିତାଭ ବଚ୍ଚନ ଲେଖିଛନ୍ତି, ସେ ଚାଲିଯାଇଛନ୍ତି..! ଋଷି କପୁର… ଚାଲିଯାଇଛନ୍ତି… ଏହିକ୍ଷଣି ସେ ଶେଷ ନିଃଶ୍ବାସ ତ୍ୟାଗ କଲେ। ମୁଁ ଅବସନ୍ନ ହୋଇଗଲି!

ଋଷି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କଥା ତାଙ୍କ ବଡ଼ଭାଇ ଅଭିନେତା ରଣଧୀର କପୁର ବୁଧବାର ସନ୍ଧ୍ୟାରେ ସୂଚନା ଦେଇଥିଲେ।

ଋଷି କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା କଥା ୨୦୧୮ରେ ଜଣାପଡ଼ିଥିଲା। ଏହା ପରେ ସେ ଏକ ବର୍ଷ କାଳ ନ୍ୟୁୟର୍କରେ ରହି ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ସେ ୨୦୧୯ ସେପ୍ଟେମ୍ବର ମାସରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ।

ଋଷି କପୁର ଥିଲେ ସ୍ବର୍ଗତ ଅଭିନେତା ରାଜ କପୁରଙ୍କ ଦ୍ବିତୀୟ ପୁତ୍ର ତଥା ରଣଧୀର, ଋତୁ ନନ୍ଦା, ରିମା ଜୈନ୍ ଓ ରାଜୀବ କପୁରଙ୍କ ଭାଇ। ୧୯୭୩ ମସିହାରେ ସେ ପ୍ରଥମେ ଅଭିନେତ୍ରୀ ଡିମ୍ପଲ୍ କପାଡ଼ିଆଙ୍କ ସହ ‘ବବି’ ଚଳଚ୍ଚିତ୍ରରେ ନାୟକ ଭାବେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଅବଶ୍ୟ ଏହା ପୂର୍ବରୁ ସେ ‘ଶ୍ରୀ ୪୨୦’ ଏବଂ ‘ମେରା ନାମ୍ ଜୋକର୍‌’ରେ ଶିଶୁ ଅଭିନେତା ଭାବେ ଅଭିନୟ କରି ସାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe