ନୂଆଦିଲ୍ଲୀ: ସିବିଆଇକୁ ନେଇ ପଶ୍ଚିମବଂଗ ସରକାର ଏବଂ କେନ୍ଦ୍ର ମଧ୍ୟରେ ବିବାଦ ତୀବ୍ର ହୋଇଥିବା ବେଳେ ଆଜି ସିବିଆଇର ନିର୍ଦ୍ଦେଶକ ଭାବେ ବରିଷ୍ଠ ଆଇପିଏସ୍ ଅଫିସର ଋଷି କୁମାର ଶୁକ୍ଳା ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୮୩ ବ୍ୟାଚ୍ର ଆଇପିଏସ୍ ଅଫିସର ଶୁକ୍ଳା ମଧ୍ୟ ପ୍ରଦେଶର ଡିଜିପି ରହିଥିଲେ। ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ସହ ବିବାଦ କାରଣରୁ ଆଲୋକ ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଯିବାର ୨୦ ଦିନ ପରେ ଶୁକ୍ଳାଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା।
ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ଋଷି କୁମାର ଶୁକ୍ଳା
Advertisment
Follow Us