Image Courtesy of NDTV
ନୂଆଦିଲ୍ଲୀ: ଶନିବାର ଦିନ ଲଣ୍ଡନରେ ଆୟୋଜିତ ଭାରତୀୟ ପ୍ରତିରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଏବଂ ତାଙ୍କର ବ୍ରିଟିସ୍ ପ୍ରତିପକ୍ଷ ଟିମ୍ ବାରୋଙ୍କ ବାର୍ଷିକ ଦ୍ବିପାକ୍ଷିକ ବୈଠକରେ ଇଂଲଣ୍ଡ୍ର ପ୍ରଧାନମନ୍ତ୍ରୀ ଋଷି ସୁନକ ଯୋଗ ଦେଇଥିବା କଥା ଭାରତୀୟ ହାଇକମିସନ୍ କହିଛି।
ଏହି ବୈଠକ ସଂକ୍ରାନ୍ତରେ ଟୁଇଟ୍ କରି ଭାରତୀୟ ହାଇକମିସନ୍ କହିଛି, ଅଳ୍ପ ସମୟ ପାଇଁ ପ୍ରଧାନମନ୍ତ୍ରୀ ଋଷି ସୁନକ ବୈଠକକୁ ଆସିଥିଲେ। କ୍ୟାବିନେଟ୍ ଅଫିସ୍ରେ ସାର୍ ଟିମ୍ ବାରୋ ଏବଂ ଅଜିତ ଡୋଭାଲ୍ଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ବାଣିଜ୍ୟ, ପ୍ରତିରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲାଗି ତାଙ୍କ ସରକାର ପୂର୍ଣ୍ଣ ସମର୍ଥନ କରିବା ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଉଛୁ। ଖୁବ୍ ଶୀଘ୍ର ସାର୍ ଟିମ୍ ଭାରତ ଗସ୍ତରେ ଯିବେ।
Image Courtesy of NDTVଗତବର୍ଷ ସେପ୍ଟେମ୍ବର ମାସରେ ଟିମ୍ ବାରୋଙ୍କୁ ଇଂଲଣ୍ଡ୍ର ଜାତୀୟ ନିରାପତ୍ତା ପରାମର୍ଶଦାତା ଭାବେ ଚୟନ କରାଯାଇଥିଲା। ଏହା ପୂର୍ବରୁ ସେ ବୈଦେଶିକ, ରାଜ୍ୟଗୋଷ୍ଠୀ ଓ ବିକାଶ ବିଭାଗ’ର ରାଜନୈତିକ ନିର୍ଦେଶକ ଏବଂ ଦ୍ବିତୀୟ ସ୍ଥାୟୀ ଅଣ୍ଡର୍-ସେକ୍ରେଟେରି ଥିଲେ।
ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଆମେରିକାର ପ୍ରତିରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ୍ଙ୍କୁ ଭେଟିବା ପରେ ଡୋଭାଲ୍ ଲଣ୍ଡନ୍ ଗସ୍ତରେ ଯାଇଥିଲେ। ଆମେରିକାରେ ଅଜିତ ଡୋଭାଲ୍ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ଙ୍କୁ ଭେଟି ଅନେକ ବୈଶ୍ବିକ ଓ ଆଞ୍ଚଳିକ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିବା ସହିତ ଦ୍ବିପାକ୍ଷିତ ସହଯୋଗିତା ବୃଦ୍ଧି ପାଇଁ ମତ ଉପସ୍ଥାପନ କରିଥିଲେ।
Follow Us