Image Courtesy of The Guardian
ଲଣ୍ଡନ୍: ଗତବର୍ଷ ଘରୋଇ ଜେଟ୍ ବିମାନରେ ବିଦେଶ ଗସ୍ତ କରି ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ୫୦୦,୦୦୦ ପାଉଣ୍ଡ୍ ବ୍ୟୟ କରିଥିବା କଥା ‘ଦି ଗାର୍ଡିଆନ୍’ ରିପୋର୍ଟ କରିଛି।
୨୦୨୨ ଶେଷ ଚାରିମାସରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସଂକ୍ରାନ୍ତରେ କ୍ୟାବିନେଟ୍ ଅଫିସ୍ ଡକ୍ୟୁମେଣ୍ଟ୍ରେ ସବିଶେଷ ବିବରଣୀ ରହିଛି। ସେଥିରୁ ଜଣାପଡ଼ିଛି ଯେ, ଇଜିପ୍ଟ୍ରେ ଆୟୋଜିତ ‘କୋପ୍୨୭’ ଶିଖର ବୈଠକରେ ଯୋଗ ଦେଇ ତା’ ପରିଦିନ ଫେରିବା ପାଇଁ ଘରୋଇ ଜେଟ୍ ବିମାନ ଭଡ଼ା ବାବଦକୁ ୧୦୮,୦୦୦ ପାଉଣ୍ଡ୍ ବ୍ୟୟ କରିଛନ୍ତି। ନଭେମ୍ବର ୬ ତାରିଖ ଦିନ ଇଜିପ୍ଟ୍ ଯାଇ ତା’ପର ଦିନ ସୁନକ ସେଠାରୁ ଫେରିଆସିଥିଲେ।
ଏହାର ସପ୍ତାହକ ପରେ ସେ ‘ଜି୨୦’ ଶିଖର ବୈଠକରେ ଯୋଗ ଦେବା ଲାଗି ଇଣ୍ଡୋନେସିଆର ବାଲି ଯାଇ ନଭେମ୍ବର ୧୭ରେ ଫେରିଥିଲେ। ସେଥିପାଇଁ ବିମାନ ଭଡ଼ା ବାବଦକୁ ୩୪୦,୦୦୦ ପାଉଣ୍ଡ୍ ଖର୍ଚ୍ଚ ହୋଇଥିଲା।
Image Courtesy of India Todayସେହିପରି, ଡିସେମ୍ବର ମାସରେ ଦିନିକିଆ ଲାଟ୍ଭିଆ ଓ ଏସ୍ତୋନିଆ ଗସ୍ତ ପାଇଁ ଘରୋଇ ଜେଟ୍ ବିମାନ ଭଡ଼ା ବାବଦକୁ ୬୨,୦୦୦ ପାଉଣ୍ଡ୍ରୁ ଅଧିକ ଖର୍ଚ୍ଚ ହୋଇଥିଲା।
ଏହାଛଡ଼ା, ପ୍ରଧାନମନ୍ତ୍ରୀଙ୍କ ଭିସା, ରହଣି, ଓ ଖାଦ୍ୟପେୟ ବାବଦକୁ ଆହୁରି ୨୦,୦୦୦ ପାଉଣ୍ଡ୍ ଖର୍ଚ୍ଚ ହୋଇଥିବା କଥା ମଧ୍ୟ ଉକ୍ତ ଡକ୍ୟୁମେଣ୍ଟ୍ରେ ଉଲ୍ଲେଖ ଅଛି।
ସାଧାରଣ ଜନତା କଷ୍ଟରେ ଚଳୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବିମାନ ଯାତ୍ରା ବାବଦ ଖର୍ଚ୍ଚକୁ ‘ଲିବେରାଲ୍ ଡେମୋକ୍ରାଟ୍’ମାନେ ‘ଟିକସଦାତାଙ୍କ ଅର୍ଥ ଧ୍ବଂସ’ ବୋଲି କହିଛନ୍ତି।
ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଡାଉନିଙ୍ଗ୍ ଷ୍ଟ୍ରିଟ୍ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) କହିଛି ଯେ, ବିଶ୍ବ ନେତାଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ ନିମନ୍ତେ ସୁନକ ବିଦେଶ ଗସ୍ତ କରିଥିଲେ।
Follow Us