Image Courtesy of India Today
ନୂଆଦିଲ୍ଲୀ: ରୁଷ୍ରେ ‘ଇମ୍ଫୋସିସ୍’ର ଉପସ୍ଥିତି ସଂକ୍ରାନ୍ତରେ ଗୁରୁବାର ଦିନ ଇଂଲଣ୍ଡ୍ର ‘ଚାନ୍ସେଲର୍ ଅଫ୍ ଦି ଏକ୍ସଚେକ୍ବୋର୍ (ଭାରତର ଅର୍ଥମନ୍ତ୍ରୀ ଭଳି) ଋଷି ସୁନକଙ୍କୁ ‘ସ୍କାଏ ନିଉଜ୍’ର ଜଣେ ରିପୋର୍ଟର୍ କଠିନ ପ୍ରଶ୍ନ ପଚାରିଥିଲେ।
ସୂଚନାଯୋଗ୍ୟ, ପ୍ରମୁଖ ଭାରତୀୟ ସଫ୍ଟ୍ୱେର୍ କମ୍ପାନି ‘ଇମ୍ଫୋସିସ୍’ରେ ଋଷିଙ୍କ ପତ୍ନୀ ଅକ୍ଷତା ମୂର୍ତିଙ୍କ ସେୟାର୍ ରହିଛି। ଋଷି ହେଉଛନ୍ତି ‘ଇମ୍ଫୋସିସ୍’ର ସହ-ସଂସ୍ଥାପକ ନାରାୟଣ ମୂର୍ତିଙ୍କ ଜ୍ବାଇଁ। ୟୁକ୍ରେନ୍ ଆକ୍ରମଣ କରିଥିବାରୁ ରୁଷ୍ ଉପରେ କଟକଣା ଜାରି କରାଯାଇଥିବା ବେଳେ ‘ଇମ୍ଫୋସିସ୍’ ରୁଷ୍ରେ କାହିଁକି ବ୍ୟବସାୟ କରୁଛି ବୋଲି ତାଙ୍କୁ ପଚରା ଯାଇଥିଲା।
ରିପୋର୍ଟର୍ଜଣକ ସୁନକଙ୍କୁ ପଚାରିଲେ, ଆପଣଙ୍କର ରୁଷ୍ ସହିତ ପାରିବାରିକ ସମ୍ପର୍କ ଥିବା ଖବର ମିଳିଛି। ଭାରତୀୟ କମ୍ପାନି ‘ଇମ୍ଫୋସିସ୍’ରେ ଆପଣଙ୍କ ପତ୍ନୀଙ୍କର ସେୟାର୍ ରହିଛି। ସେମାନେ ମସ୍କୋରେ କାମ କରୁଛନ୍ତି। ସେଠାରେ ସେମାନଙ୍କର ଅଫିସ୍ ମଧ୍ୟ ରହିଛି। ଡେଲିଭରି ଅଫିସ୍ ମଧ୍ୟ ଅଛି। ମସ୍କୋର ‘ଆଲ୍ଫା ବ୍ୟାଙ୍କ୍’ ସହିତ ମଧ୍ୟ ‘ଇମ୍ଫୋସିସ୍’ର ସମ୍ପୃକ୍ତି ରହିଛି।
Image Courtesy of Business Todayଏହାଦ୍ବାରା, ନିଜ ଦେଶର କଥା ନ ମାନିବାକୁ ଆପଣ କ’ଣ ଅନ୍ୟମାନଙ୍କୁ ପରାମର୍ଶ ଦେଉଛନ୍ତି।
ସୁନକ ଉତ୍ତର ଦେଲେ ଯେ, ଜଣେ ନିର୍ବାଚିତ ରାଜନେତା ଭାବେ ନିଜେ ଉତ୍ତରଦାୟୀ ଥିବା ପ୍ରସଙ୍ଗ ସଂକ୍ରାନ୍ତରେ ସେ ସାକ୍ଷାତ୍କାର ଦେଉଛନ୍ତି। ପତ୍ନୀ ନୁହନ୍ତି।
ତାଙ୍କ ପରିବାର ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ଶାସନଦ୍ବାରା ଉପକୃତ ହେଉଛନ୍ତି କି, ବୋଲି ପଚାରିବାରୁ ସେ କହିଲେ, ମୋର ସେମିତି ମନେହୁଏ ନାହିଁ।
ପୁଟିନ୍ଙ୍କ ଆକ୍ରମଣ ବିପକ୍ଷରେ କଡ଼ା ବାର୍ତ୍ତା ଦେଇ ଆମେ ଉଲ୍ଲେଖଯୋଗ୍ୟ କଟକଣା ସବୁ ଜାରି କରିଛୁ। ଆମ ଉତ୍ତରଦାୟିତ୍ବରେ ଥବା କମ୍ପାନି ସବୁ ସେଗୁଡ଼ିକ ନିଷ୍ଠାର ସହିତ ପାଳନ କରିବା ଉଚିତ।
ଏ ସଂକ୍ରାନ୍ତରେ ବିବୃତି ଦେଇ ‘ଇମ୍ଫୋସିସ୍’ କହିଛି, ସେମାନେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଶାନ୍ତିର ସମର୍ଥନ ସପକ୍ଷରେ କହୁଛନ୍ତି। ସେମାନଙ୍କର ସ୍ଥାନୀୟ ରୁଷୀୟ ଉଦ୍ୟୋଗଗୁଡ଼ିକ ସହିତ ସକ୍ରିୟ ବ୍ୟାବସାୟିକ ସମ୍ପର୍କ ନାହିଁ।
କୁହାଯାଉଛି, ରୁଷ୍ରେ ‘ଇମ୍ଫୋସିସ୍’ କର୍ମଚାରୀଙ୍କର ଛୋଟ ଟିମ୍ଟିଏ ରହିଛି। ସେମାନେ ସେଠାରେ ଥିବା କେତେକ ବୈଶ୍ବିକ ଗ୍ରାହକମାନଙ୍କୁ ସେବା ଯୋଗାଉଛନ୍ତି।
Follow Us