Image Courtesy of India Today
ଲଣ୍ଡନ: ଶୁକ୍ରବାର ଦିନ ଅନ୍ୟ ପିଲାମାନଙ୍କ ସହିତ ମିଶି ଲଣ୍ଡନ୍ରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଝିଅ ଅନୌକ୍ଷା ସୁନକ୍ କୁଚିପୁଡ଼ି ନୃତ୍ୟ ପରିବେଶଣ କରିଛନ୍ତି।
୯ ବର୍ଷୀୟ ଅନୌକ୍ଷାଙ୍କ ନୃତ୍ୟ ପରିବେଶଣ ଥିଲା ‘ଆନ୍ତର୍ଜାତିକ କୁଚିପୁଡ଼ି ନୃତ୍ୟ ଉତ୍ସବ - ରଙ୍ଗ ୨୦୨୨’ର ଅଂଶବିଶେଷ। ଏହା ହେଉଛି ଇଂଲଣ୍ଡ୍ରେ ସବୁ ପିଢ଼ିର ନୃତ୍ୟାଙ୍ଗନାଙ୍କୁ ସାମିଲ କରି ଆୟୋଜିନ କରାଯାଉଥିବା ସବୁଠୁ ବଡ଼ ନୃତ୍ୟୋତ୍ସବ।
ଏଥିରେ ବାଦକ, ୬୫ ବର୍ଷରୁ ଅଧିକ ବୟସ୍କା ନୃତ୍ୟାଙ୍ଗନା, ଜଣେ ହ୍ବିଲ୍ଚେୟାର୍ ଡ୍ୟାନ୍ସର୍, ପୋଲାଣ୍ଡ୍ରୁ ଆସିଥିବା ନାଟରଙ୍ଗ ଦଳର ବୃତ୍ତିପ୍ରାପ୍ତ ଆନ୍ତର୍ଜାତିକ ଶିକ୍ଷାର୍ଥୀଙ୍କ ସମେତ ୪ରୁ ୮୫ ବର୍ଷ ବୟସ ମଧ୍ୟରେ ପାଖାପାଖି ୧୦୦ କଳାକାର ଅଂଶ ଗ୍ରହଣ କରିଥିଲେ।
Image Courtesy of NDTVଏହି ଅବସରରେ ଅନୌକ୍ଷା କହିଛନ୍ତି, ମୋ ପରିବାର, ଘର ଏବଂ ସଂସ୍କୃତି ଯେଉଁଠି ଏକତ୍ର ହୁଅନ୍ତି ତାହାକୁ ମୁଁ ଭାରତ ବୋଲି ବିବେଚନା କରେ। ପ୍ରତିବର୍ଷ ମତେ ସେଠାକୁ ଯିବାକୁ ଭଲଲାଗେ।
ନୃତ୍ୟ ପ୍ରତି ତାଙ୍କର ଶ୍ରଦ୍ଧା କଥା ପଚାରିବାରୁ ସେ କହିଲେ, ମତେ କୁଚିପୁଡ଼ି ଓ ନୃତ୍ୟ ଭଲ ଲାଗିବାର କାରଣ ହେଲା, ନୃତ୍ୟ କରିବା ବେଳେ ଜଣେ ତା’ର ସମସ୍ତ ଦୁଃଶ୍ଚିନ୍ତା ଏବଂ ମାନସିକ ଚାପ ଦୂରେଇ ଯାଏ। ସାଙ୍ଗମାନଙ୍କ ଗହଣରେ ନୃତ୍ୟ ହୁଏ। ମଞ୍ଚରେ ଠିଆ ହେବା ପାଇଁ ମତେ ଭଲ ଲାଗେ।
ଭାରତ ବିଷୟରେ ପଚାରିବାରୁ ସେ କହିଲେ, ମୁଁ ଭାରତ ହେଉଛି ସେ ଦେଶ ଯେଉଁ ଦେଶରୁ ମୁଁ ଆସିଛି। ସେ ହେଉଛି ଏମିତ ଗୋଟାଏ ସ୍ଥାନ ଯେଉଁଠି ପରିବାର, ଘର ଓ ସଂସ୍କୃତି ମିଶିଏକାକାର ହୋଇଥାଏ। ପ୍ରତିବର୍ଷ ମୁଁ ଭାରତକୁ ଯିବା ଲାଗି ସୁଖପାଏ।
ନୃତ୍ୟ ଦେଖିବାକୁ ଆସିଥିବା ବହୁସଂଖ୍ୟକ ଦର୍ଶମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଅନୌକ୍ଷାଙ୍କ ମାଆ ଅକ୍ଷତା ମୂର୍ତ୍ତି, ଅଜାଆଈ ଓ ଶିକ୍ଷକମାନେ।
Follow Us