Image Courtesy of NDTV
ଲଣ୍ଡନ୍: ‘କଞ୍ଜର୍ଭେଟିଭ୍ ପାର୍ଟି’ର ନୂତନ ନେତା ତଥା ବ୍ରିଟିସ୍ ପ୍ରଧାନମନ୍ତ୍ରୀ ନିମନ୍ତେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ଶେଷ ଉଦ୍ବୋଧନ ଦେବା ବେଳେ ଋଷି ସୁନକ ତାଙ୍କ ପିତାମାତା ଓ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।
ବୁଧବାର ରାତିରେ ଲଣ୍ଡନ୍ର ୱେମ୍ପ୍ଲେଲେରେ ଉଦ୍ବୋଧନ ଦେବା ବେଳେ ଜନସାଧାରଣଙ୍କ ହର୍ଷୋତ୍ଫୁଲ୍ଲ ‘ଋଷି’, ‘ଋଷି’ ଚିତ୍କାରରୁ ଜଣାପଡୁଥିଲା ସତେ ଅବା ସେ ପ୍ରତିଦ୍ବନ୍ଦ୍ବୀ ଲିଜ୍ ଟ୍ରସ୍ଙ୍କ ଉପରେ ବିଜୟ ହାସଲ କରିବେ।
ଉଦ୍ବୋଧନ ଦେଇ ଋଷି କହିଲେ, ଭୋଟର୍ମାନଙ୍କୁ ଶେଷ ଉଦ୍ବୋଧନ ଦେବା ମୋ ପାଇଁ ବିଶେଷ ଗୁରୁତ୍ବ ବହନ କରେ । କାରଣ ମତେ ଜନସାଧାରଣଙ୍କ ସେବାରେ ଯୋଗ ଦେବା ପାଇଁ ଯେଉଁ ଦୁଇଜଣ ପ୍ରେରିତ କରିଥିଲେ, ଆଜି ରାତିରେ ସେମାନେ ଏଠାରେ ଉପସ୍ଥିତ ଅଛନ୍ତି। ସେମାନେ ହେଉଛନ୍ତି ମୋ ପିତାମାତା।
Image Courtesy of The Financial Expressସୂଚନାଯୋଗ୍ୟ, ଉକ୍ତ ସାଧାରଣ ସଭାର ପ୍ରଥମ ଧାଡ଼ିରେ ତାଙ୍କର ବାପା ଡାକ୍ତର ଯଶବୀର ଏବଂ ଫାର୍ମାସିଷ୍ଟ୍ ମାଆ ଉଷା ଓ ପତ୍ନୀ ଅକ୍ଷତା ବସିଥିଲେ।
ଏହା ପରେ ସେ ପତ୍ନୀ ତଥା ‘ଇମ୍ଫୋସିସ୍’ର ସହ-ସଂସ୍ଥାପକ ନାରାୟଣ ମୂର୍ତ୍ତି ଓ ଲେଖିକା ସୁଧା ମୂର୍ତ୍ତିଙ୍କ କନ୍ୟାଙ୍କ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ‘ଷ୍ଟାନ୍ଫୋର୍ଡ ୟୁନିଭର୍ସିଟି’ରେ ଛାତ୍ରଥିବା ବେଳର ପ୍ରେମ କାହାଣୀ କଥା ବଖାଣିଥିଲେ।
ଅକ୍ଷତାଙ୍କୁ ଉଦ୍ଦେଶ୍ୟ କରି ସେ କହିଲେ, ତୁମେ ହିଁ ଜାଣ ତୁମେ ମୋ ପାଇଁ କ’ଣ। ପିଠିରେ ବ୍ୟାଗ୍ ପକାଉ ଥିବା ମୋ ଭଳି ବାଙ୍ଗରା ପିଲାଟିଏ ସମ୍ପର୍କ ସ୍ଥାପନ କରିବା ପାଇଁ ତୁମେ ‘ହାଇ ହିଲ୍’ ପିନ୍ଧା ଛାଡ଼ି ଦେଇଥିଲ।
Follow Us