ପ୍ରଥମଥର ପାହାଡ଼ ଉପରେ ୧୦୦କିମି ବେଗରେ ଗଡ଼ିବ ଟ୍ରେନ୍‌

Advertisment
ପ୍ରଥମଥର ପାହାଡ଼ ଉପରେ ୧୦୦କିମି ବେଗରେ ଗଡ଼ିବ ଟ୍ରେନ୍‌

bhaskar.com

ଉତ୍ତରାଖଣ୍ଡ: ଆଗାମୀ ୫ବର୍ଷ ଭିତରେ ପ୍ରଥମ ଥର ପାଇଁ ପାହାଡ଼ ଉପରେ ଟ୍ରେନ୍‌ ଗଡ଼ିବ। ଯାହାକି ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଗତି କରିବ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ରେଳ ଧାରଣାର ଘୋଷଣା କରିଥିଲେ। ୨୦୧୫ରେ ଏହା ରେଳ ବିଭାଗକୁ ପଠାଯାଇଥିଲା। ମାର୍ଚ୍ଚ ୨୦୨୦ରେ ଏହି ଧାରଣାର ଲୋକାର୍ପଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ରେଳ ବିକାଶ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଯୋଗୀନ୍ଦର ସିଂହ କୁହନ୍ତି, ଏହି ଧାରଣାର କାମ ଖୁବ୍‌ ତୀବ୍ର ବେଗରେ ଚାଲିଛି। ଏଥିରେ ୭ଟି ଟର୍ନେଲ ଥିବା ବେଳେ ୫ଟିରେ କାମ ଆରମ୍ଭ ହୋଇସାରିଛି। ଉତ୍ତରାଖଣ୍ଡ ରେଳ ଧାରଣାରେ ୨୦୨୪ ମସିହା ସୁଦ୍ଧା କାର୍ଯ୍ୟ ଶେଷ କରିବା ଲକ୍ଷ୍ୟ ରଖା ଯାଇଥିବା ବେଳେ ୨୦୨୫ରେ ହିମାଚଳ ଧାରଣା ପାଇଁ କାମ ଶେଷ କରିବାକୁ ଦୃଷ୍ଟି ରଖାଯାଇଛି।

publive-image bhaskar.com

ପ୍ରଥମେ ବ୍ରଡେ୍‌ଗଜ୍‌ ରେଳ ଧାରଣା ୬୩ କିଲୋମିଟର ଲମ୍ବ ପଞ୍ଜାବର ଭାନୁପଲ୍ଲୀରୁ ହିମାଚଳର ବିଳାସପୁର ପର୍ଯ୍ୟନ୍ତ ଏହା ଚଳାଚଳ କରିବ। ଦ୍ୱିତୀୟରେ  ୧୨୫ କିଲୋମିଟର ଲମ୍ବ ରେଳ ଧାରଣା ଉତ୍ତରାଖଣ୍ଡର ଋଷିକେଶରୁ କର୍ଣ୍ଣପ୍ରୟାଗ ପର୍ଯ୍ୟନ୍ତ ଚାଲିବ। ଏହି ଦୁଇ ଟ୍ରାକ୍‌ ପାଇଁ ଜୋରସୋର କାମ ଆରମ୍ଭ ହୋଇଗଲାଣି।

ଏହି ଦୁଇ ଧାରଣାରେ ରେଳ ଗଡ଼ିବା ସାମରିକ ଦୃଷ୍ଟିରୁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ। ଏହି ରେଳ ଧାରଣା ନିର୍ମାଣ ହେବା ଦ୍ୱାରା ସୀମାରେ ପହଞ୍ଚିବା ସହଜ ହେବ। ବିଳାସପୁର-ଭାନୁପଲ୍ଲୀ ରେଳ ଧାରଣା ଭବିଷ୍ୟତରେ ଲେହ ପର୍ଯ୍ୟନ୍ତ ଯିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁଥିପାଇଁ ଭୌଗୋଳିକ ସର୍ଭେ ଆରମ୍ଭ ହୋଇସାରିଛି। କେବଳ ଏଥିକି ନୁହେଁ ଏହି ରେଳ ଧାରଣା ହେଲେ ଉତ୍ତରାଖଣ୍ଡର ଚମେଲି ଦେଇ ଚାଇନା-ତିବ୍ଦତ ସୀମା ପର୍ଯ୍ୟନ୍ତ ସେନାମାନେ ସହଜରେ ପହଞ୍ଚିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe