ନିର୍ବାଚନ ପ୍ରଚାର ଶେଷ କଲେ ଋଷି ସୁନକ: ସହଯୋଗ ପାଇଁ ପିତା, ମାତା ଓ ପତ୍ନୀଙ୍କୁ ଧନ୍ୟବାଦ ଦେଲେ

ଋଷି ସୁନକଙ୍କ ୟୁଟର୍ଣ୍ଣ: ଇଜିପ୍ଟ ଜଳବାୟୁ ସମ୍ମିଳନୀରେ ଯୋଗ ଦେବେ

Jagran Josh

ଲଣ୍ଡନ: ବୋରିସ ଜନସନଙ୍କ ଉତ୍ତରାଧିକାରୀ ଭାବେ ଟୋରୀ ଦଳର ମୁଖ୍ୟ ତଥା ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ପଦ ଲାଗି ନିର୍ବାଚନ ପ୍ରଚାର ବୁଧବାର ଶେଷ ହୋଇଛି। ଏହାପରେ ଭୋଟଗ୍ରହଣ ହୋଇ ସେପ୍ଟେମ୍ବର ୫ ତାରିଖରେ ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ଏହି ଅବସରରେ ବୁଧବାର ଭାରତୀୟ ବଂଶୋଦ୍ଭବ ତଥା ଇଂଲଣ୍ଡର ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଲଣ୍ଡନର ୱେମ୍‌ବ୍ଲେଠାରେ ଏକ ବୃହତ୍ ଜନସମାବେଶକୁ ଉଦ୍‌ବୋଧନ ଦେବା ସହ ନିଜ ନିର୍ବାଚନ ପ୍ରଚାରରେ ମୁଣ୍ଡି ମାରିଛନ୍ତି। ୱେମ୍‌ବ୍ଲେଠାରେ ଉଦ୍‌ବୋଧନ ଦେବା ବେଳେ ଋଷି ସୁନକ ନିଜର ପିତା ଡା. ୟଶବୀର, ମାତା ଫାର୍ମାସିଷ୍ଟ ଉଷା, ପତ୍ନୀ ଅକ୍ଷତା ମୂର୍ତ୍ତି ଓ ଅନ୍ୟମାନଙ୍କୁ ଧନ୍ୟବାଦ ଦେବାକୁ ଭୁଲି ନ ଥିଲେ, ଯେଉଁମାନେ ତାଙ୍କୁ ଉତ୍ସାହ ଓ ପ୍ରେରଣା ଦେଇଛନ୍ତି ଏବଂ ନିର୍ବାଚନ ପ୍ରଚାରରେ ସାହାଯ୍ୟ କରିଛନ୍ତି। ଋଷି କହିଥିଲେ ଯେ, ସେ ତାଙ୍କ ବାପା ଓ ମାଆଙ୍କୁ ଆଦର୍ଶ ମାନନ୍ତି। ଜନସେବାରେ ପ୍ରବେଶ କରିବାକୁ ସେ ସେମାନଙ୍କଠାରୁ ପ୍ରେରଣା ପାଇଛନ୍ତି। ସେମାନେ ତାଙ୍କୁ କଠିନ ପରିଶ୍ରମ କରିବା, ଭଗବାନଙ୍କ ଉପରେ ବିଶ୍ବାସ ରଖିବା ଏବଂ ଲୋକଙ୍କୁ ଭଲ ପାଇବା ପାଇଁ ଶିକ୍ଷା ଦେଇଛନ୍ତି। ତାଙ୍କର ଅତ୍ୟନ୍ତ ଦୟାବତୀ ଓ ପ୍ରେମଶୀଳା ପତ୍ନୀ ଅକ୍ଷତା, ଯେ କି ଇନ୍‌ଫୋସିସ୍‌ର ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଓ ଟୋରୀ ଏମ୍‌ପି ତଥା ଲେଖିକା ସୁଧା ମୂର୍ତ୍ତିଙ୍କ ଝିଅ, ସେ ମଧ୍ୟ ତାଙ୍କୁ ଅନେକ ଉତ୍ସାହ ଓ ପ୍ରେରଣା ଦେଇଛନ୍ତି। ସେମାନଙ୍କୁ ଧନ୍ୟବାଦ ଦେବାକୁ ସେ ନିଜର କର୍ତ୍ତବ୍ୟ ମନେ କରୁଛନ୍ତି। ଋଷିଙ୍କ ଶେଷ ଭାଷଣରେ ଲୋକମାନେ ଅତ୍ୟନ୍ତ ଉତ୍ସାହିତ ହେବା ଓ ‘ଋଷି’ ‘ଋଷି’ ଧ୍ବନିରେ ପରିବେଶକୁ ପ୍ରକମ୍ପିତ କରିବା ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe