ମହାମାରୀର ଅବସାନ ଘଟିନି; କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ‘ଭୂତାଣୁର ଦ୍ରୁତ ପରିବର୍ତ୍ତନଶୀଳତା’କୁ ଦର୍ଶାଉଛି: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

Advertisment
ମହାମାରୀର ଅବସାନ ଘଟିନି; କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ‘ଭୂତାଣୁର ଦ୍ରୁତ ପରିବର୍ତ୍ତନଶୀଳତା’କୁ ଦର୍ଶାଉଛି: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

Image Courtesy of Zee News

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀର ଅବସାନ ଘଟିନାହିଁ ଏବଂ ୫୦ରୁ ଅଧିକ ଦେଶରେ ସଂକ୍ରମଣ ମାମଲା ବୃଦ୍ଧି ଏହି ଭୂତାଣୁର ଦ୍ରୁତ ପରିବର୍ତ୍ତନଶୀଳତା ଉପରେ ଗୁରୁତ୍ବାରୋପ କରୁଛି ବୋଲି ମଙ୍ଗଳବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସତର୍କ କରାଇ ଦେଇଛି।

କୋଭିଡ୍-୧୯ ପରିସ୍ଥିତି ସଂକ୍ରାନ୍ତରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ସାମ୍ବାଦିକ ସମ୍ମିଳନରେ ମହାନିର୍ଦେଶକ ଟେଡ୍‌ରସ୍‌ ଆଧନୋମ୍‌ ଗେବ୍ରେୟେସସ୍‌ କହିଲେ ଯେ, କରୋନାଭାଇରସ୍‌ର ଉପ-ପ୍ରଜାତିଗୁଡ଼ିକ ବହୁଳାଂଶରେ ସଙ୍କ୍ରମଣର ଦ୍ରୁତ ବୃଦ୍ଧି ଘଟାଉଛନ୍ତି।

‘ଓମିକ୍ରନ୍‌’ ବିଶେଷକରି, ‘ବିଏ.୪’ ଏବଂ ‘ବିଏ.୫’ ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ଦ୍ରୁତ କରାଉଥିବା ବେଳେ ‘ବିଏ.୨’ ବିଶ୍ବବ୍ୟାପୀ ପ୍ରାଧାନ୍ୟ ବିସ୍ତାରକରି ଚାଲିଛି ବୋଲି ସେ କହିଛନ୍ତି।

publive-image Image Courtesy of The Statesman

ସେ ଆହୁରି ମଧ୍ୟ କହିଛନ୍ତି, ବିଗତ ଲହର୍‌ ପରି ଏବେ ଡାକ୍ତରଖାନାରେ ଭର୍ତ୍ତି ଓ ମୃତ୍ୟୁ ବଢୁ ନ ଥିଲେ ବି ଭବିଷ୍ୟତରେ ଯେ, ନିରାପଦ ଏହା କହିହେବ ନାହିଁ। ବହୁଳାଂଶ ଟିକାକରଣ ‌‌ହୋଇଥିବା ଅଞ୍ଚଳରେ ଡାକ୍ତରଖାନାରେ ଭର୍ତ୍ତି ଓ ମୃତ୍ୟୁସଂଖ୍ୟା ବଢୁନାହିଁ। କିନ୍ତୁ, ଯେଉଁ ଅଞ୍ଚଳରେ ଟିକାକରଣ ହାର ସ୍ବଳ୍ପ ସେଠାରେ ଏହାର କୌଣସି ଗ୍ୟାରେଣ୍ଟି ନାହିଁ।

ଏ ମହାମାରୀର ଅବସାନ ଘଟିନାହିଁ। ଜନସାଧାରଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦିଗରେ ସମସ୍ତ ନେତା କାର୍ଯ୍ୟ କରନ୍ତୁ। ସମସ୍ତଙ୍କୁ ପରୀକ୍ଷା, ଚିକିତ୍ସା ଏବଂ ଟିକା ଦେବା ନିମନ୍ତେ ସମ୍ମିଳିତ ଉଦ୍ୟମ କରାଯାଉ। ଜୀବନ ରକ୍ଷା ନିମନ୍ତେ ଟିକା ହିଁ ସର୍ବୋତ୍ତମ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe