ନିଜେ ଖୋଳିଥିବା ଗାତରେ ପଡ଼ିଲା ପାକିସ୍ତାନ : ୨୦୨୪ରେ ୪୪ ଆତଙ୍କବାଦୀ ଆକ୍ରମଣ

Advertisment

ଆତଙ୍କବାଦକୁ ଆଶ୍ରୟ ଦେଉଥିବା ପାକିସ୍ତାନ ନିଜେ ୨୦୨୪ରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛି।ଏକ ରିପୋର୍ଟ ଅନୁଯାୟୀ, ୨୦୨୪ ପାକିସ୍ତାନୀ ସୁରକ୍ଷା ବାହିନୀ ପାଇଁ ସବୁଠାରୁ ମାରାତ୍ମକ ସାବ୍ୟସ୍ତ ହୋଇଛି ଏବଂ ଏକ ଦଶନ୍ଧି ମଧ୍ୟରେ ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଛି।

ଆତଙ୍କବାଦକୁ ଆଶ୍ରୟ ଦେଉଥିବା ପାକିସ୍ତାନ ନିଜେ ୨୦୨୪ରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛି।ଏକ ରିପୋର୍ଟ ଅନୁଯାୟୀ, ୨୦୨୪ ପାକିସ୍ତାନୀ ସୁରକ୍ଷା ବାହିନୀ ପାଇଁ ସବୁଠାରୁ ମାରାତ୍ମକ ସାବ୍ୟସ୍ତ ହୋଇଛି ଏବଂ ଏକ ଦଶନ୍ଧି ମଧ୍ୟରେ ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଛି।

pak

କରାଚୀ: ଆତଙ୍କବାଦକୁ ଆଶ୍ରୟ ଦେଉଥିବା ପାକିସ୍ତାନ ନିଜେ ୨୦୨୪ରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛି। ସେଣ୍ଟର ଫର ରିସର୍ଚ୍ଚ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜ୍ (ସିଆରଏସଏସ)ର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୪ ପାକିସ୍ତାନୀ ସୁରକ୍ଷା ବାହିନୀ ପାଇଁ ସବୁଠାରୁ ମାରାତ୍ମକ ସାବ୍ୟସ୍ତ ହୋଇଛି ଏବଂ ଏକ ଦଶନ୍ଧି ମଧ୍ୟରେ ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଛି। ୨୦୨୪ ଡିସେମ୍ବର ୩୧ ସୁଦ୍ଧା ପାକିସ୍ତାନରେ ୪୪ଟି ଆତଙ୍କବାଦୀ ଆକ୍ରମଣ ହୋଇଥିବା ବେଳେ ୬୮୫ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି।

୨୦୨୪ରେ ପାକିସ୍ତାନରେ ୪୪ଟି ଆତଙ୍କବାଦୀ ଆକ୍ରମଣ ହୋଇଥିବା ବେଳେ ୬୮୫ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି। ଗତ ୯ ବର୍ଷ ମଧ୍ୟରେ ଚଳିତ ବର୍ଷ ସର୍ବାଧିକ ମୃତ୍ୟୁ ୨୦୨୪ରେ ହିଁ ରେକର୍ଡ କରାଯାଇଛି ଏବଂ ୨୦୨୩ ତୁଳନାରେ ଏହା ୬୬ ପ୍ରତିଶତ ଅଧିକ।

ଗତ ୯ ବର୍ଷ ମଧ୍ୟରେ ଚଳିତ ବର୍ଷ ସର୍ବାଧିକ ମୃତ୍ୟୁ ୨୦୨୪ରେ ହିଁ ରେକର୍ଡ କରାଯାଇଛି ଏବଂ ୨୦୨୩ ତୁଳନାରେ ଏହା ୬୬ ପ୍ରତିଶତ ଅଧିକ। ରିପୋର୍ଟ ଅନୁଯାୟୀ, ପ୍ରତିଦିନ ହାରାହାରି ପ୍ରାୟ ୭ ଜଣଙ୍କର ମୃତ୍ୟୁ ହେଉଛି। ୨୦୨୪ ନଭେମ୍ବର ମାସ ସବୁ ମାପଦଣ୍ଡରେ ବାକି ମାସ ତୁଳନାରେ ସବୁଠାରୁ ବିପଜ୍ଜନକ ସାବ୍ୟସ୍ତ ହୋଇଛି। ଏହି ହିଂସାକାଣ୍ଡରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଖୈବର ପଖତୁନଖୱା, ଯେଉଁଠାରେ ୧୬୧୬ ଜଣଙ୍କର ମୃତ୍ୟୁ ହୋଇଥିଲା । ବାଲୁଚିସ୍ତାନ ୭୮୨ ଜଣଙ୍କ ମୃତ୍ୟୁ ସହ ଦ୍ବିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe