ରାସାୟନିକ-ଜୈବିକ ଆକ୍ରମଣ ଆଶଙ୍କା: ମୁକାବିଲା ପାଇଁ ଉପକରଣ ଯୋଗାଉଛି ଆମେରିକା

Advertisment
ରାସାୟନିକ-ଜୈବିକ ଆକ୍ରମଣ ଆଶଙ୍କା: ମୁକାବିଲା ପାଇଁ ଉପକରଣ ଯୋଗାଉଛି ଆମେରିକା

Global Challenges Foundation

ୱାସିଂଟନ୍‌ : ୟୁକ୍ରେନ୍‌ରେ ରାସାୟନିକ ଏବଂ ଜୈବିକ ଆକ୍ରମଣ ହେବା ଆଶଙ୍କା ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ଆମେରିକା ୟୁକ୍ରେନ୍‌କୁ ସହଯୋଗ କରୁଛି। ଆମେରିକା ୟୁକ୍ରେନ୍‌କୁ ଜୀବନ ରକ୍ଷାକାରୀ ଉପକରଣ ପଠାଉଛି। ଆମେରିକା ୟୁକ୍ରେନ୍‌କୁ ସୁରକ୍ଷିତ ଉପକରଣ ଦେଉଛି କି ନା’ ତା’ର ଏକ ପ୍ରଶ୍ନର ଉତ୍ତର ଦେଇ ହ୍ବାଇଟ୍‌ ହାଉସ ପ୍ରେସ୍‌ ସଚିବ ଜେନ୍‌ ସାକି ଏହା କହିଛନ୍ତି। ତେବେ ଏହାଦ୍ବାରା ଆମେରିକାର ଘରୋଇ ପ୍ରସ୍ତୁତିରେ କୌଣସି ସାଲିସ କରାଯିବନି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରୁଷ୍‌ ୟୁକ୍ରେନ୍‌ରେ ରାସାୟନିକ ଅସ୍ତ୍ର ବ୍ୟବହାର କରିପାରେ ବୋଲି ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲେନବର୍ଗ‌୍ ଚିନ୍ତା‌ ପ୍ରକଟ କରିଥିଲେ। କିନ୍ତୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ଯଦି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧରେ ରସାୟନିକ ଅସ୍ତ୍ର ବ୍ୟବହାର କରନ୍ତି ତେବେ ନାଟୋ ଏହାର ଜବାବ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe