Image Courtesy of India Today
ନୂଆଦିଲ୍ଲୀ: ସୋମବାର ଦିନ ଭାରତ ଓ ଡେନ୍ମାର୍କ ମଧ୍ୟରେ ଅନୁଷ୍ଠିତ ଭର୍ଚ୍ୟୁଆଲ୍ ଦ୍ବିପାକ୍ଷିକ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍କୁ ଆକ୍ଷେପ କରି ଡେନ୍ମାର୍କର ପ୍ରଧାନମନ୍ତ୍ରୀ ମେଟର୍ ଫ୍ରେଡେରିକ୍ସନ୍ଙ୍କୁ କହିଛନ୍ତି, କୋଭିଡ୍-୧୯ ଆମକୁ ଦର୍ଶାଇ ଦେଇଛି ଯେ, ଗୋଟିଏ ଉତ୍ସ ଉପରେ ବୈଶ୍ବିକ ଯୋଗାଣ ଶୃଙ୍ଖଳ ବା ନେଟ୍ୱାର୍କ ନିର୍ଭରଶୀଳ ହେବା ବିପଜ୍ଜନକ।
ଅବଶ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ର ନାମ ଉଲ୍ଲେଖ କରିନାହାନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନାନାବିଧ ଓ ସ୍ଥିତିସ୍ଥାପକ ଯୋଗାଣ ଶୃଙ୍ଖଳ ଲାଗି ଆମେ ଜାପାନ ଓ ଅଷ୍ଟ୍ରେଲିଆ ସହ କାମ କରୁଛୁ। ଅନ୍ୟ ସମଭାବାପନ୍ନ ଦେଶମାନେ ମଧ୍ୟ ଏଥିରେ ଯୋଗ ଦେଇ ପାରିବେ।
Image Courtesy of India Todayପ୍ରଧାନମନ୍ତ୍ରୀ ମେଟର୍ ଫ୍ରେଡେରିକ୍ସନ୍ଙ୍କ ସହ କଥାବାର୍ତ୍ତା ସମୟରେ ଦ୍ବିତୀୟ ଜ୍ଞାନବିଜ୍ଞାନ ଶିଖର ବୈଠକ ଆୟୋଜନ ଲାଗି ଡେନ୍ମାର୍କ ଦେଇଥିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ବାଗତ କରିଛନ୍ତି।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଭାରତ ଓ ଡେନ୍ମାର୍କ ପାରସ୍ପରିକ ସ୍ବାର୍ଥ ବିନିମୟ କରିବା ସହ ଜଳବାୟୁ ପରିବର୍ତ୍ତନ ବିରୋଧରେ ସଂଗ୍ରାମ କରୁଥିବା ଶକ୍ତିମାନଙ୍କ ସହ ଯୋଗ ଦେଇଛନ୍ତି। ଗତ କେତେ ମାସ ହେବ, ଏଲ୍ଏମ୍ ଉଇଣ୍ଡ୍, ହଲଡୋର ଟୋପ୍ସୋ ଏବଂ ନୋଭୋଜାଇମ୍ ସମେତ କେତେକ ଡେନ୍ମାର୍କ କମ୍ପାନି ‘ମେକ୍ ଇନ୍ ଇଣ୍ଡିଆ’ ଉପକ୍ରମ ଜରିଆରେ ଭାରତରେ କାରଖାନାମାନ ସ୍ଥାପନ କରୁଛନ୍ତି।
Follow Us