ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଳାସରାଓ ଦେଶମୁଖଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାର ଜବାବ ଆଜି ରିତେଶ ଦେଇଛନ୍ତି। ଟ୍ବିଟରରେ ଗୋୟଲଙ୍କ ନାମ ନନେଇ ରିତେଶ କହିଛନ୍ତି, ପ୍ରତିବାଦ କରିବାକୁ ଦୁନିଆରେ ନଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିବା ଠିକ ନୁହେଁ। ସେ ତାଙ୍କ ବାପାଙ୍କ ସହିତ ଯାଇଥିଲେ ସତ କିନ୍ତୁ ବାପା ତାଙ୍କ ପାଇଁ ସିନେମାରେ ଅଭିନୟ କରିବାର ସୁଯୋଗ ଦେବାକୁ ପ୍ରଚେଷ୍ଟା କରୁଥିଲେ ବୋଲି କହିବା ମିଥ୍ୟା।
ପୀୟୂଷଙ୍କ ସମାଲୋଚନାର ଜବାବ ଦେଲେ ରିତେଶ
Advertisment
Follow Us