ବିଦେଶ ଯାତ୍ରା ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ଅନୁମତି

Advertisment
ବିଦେଶ ଯାତ୍ରା ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ଅନୁମତି

ମୁମ୍ବାଇ : ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ଆବୁଧାବିରେ ଆୟୋଜିତ ଏକ ପୁରସ୍କାର ବିତରଣୀ ଉତ୍ସବରେ ଯୋଗଦେବା ପାଇଁ ସେ ବିଦେଶ ଯିବାକୁ ଅନୁମତି ଆବେଦନ କରିଥିବା ବେଳେ କୋର୍ଟ ଏହାକୁ ମଞ୍ଜୁର କରିଛନ୍ତି।

ଅଭିନେତା ସୁଶା‌ନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ କେସ୍‌ରେ ରିୟା ଚକ୍ରବର୍ତ୍ତୀ ଫସିଥିବା ବେଳେ ତାଙ୍କ ବିଦେଶ ଯାତ୍ରା ଉପରେ ଅଙ୍କୁଶ ଲଗାଯାଇଥିଲା। ଜୁନ ୨ରୁ ୫ ପର୍ଯ୍ୟନ୍ତ ତାଙ୍କୁ ବିଦେଶ ଯିବାକୁ ଅନୁମତି ମିଳିଛି। ଆବୁଧାବିରୁ ଫେରିବା ପରେ ରିୟା ଏନସିବିରେ ହାଜିରା ପକାଇବା ସହିତ ନିଜର ପାସପୋର୍ଟ ଏନସିବିକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଆବୁଧାବିରେ ଥିବା ଭାରତୀୟ ଦୂତାବାସକୁ ରିୟାଙ୍କ ଉପସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୦୨୦ ରେ ରିୟାଙ୍କୁ ଏନସିବି ଦ୍ବାରା ଗିରଫ କରାଯାଇଥିଲା ଏବଂ ପ୍ରାୟ ଏକ ମାସ ପରେ ବମ୍ବେ ହାଇକୋର୍ଟ ତାଙ୍କର ଜାମିନ ମଞ୍ଜୁର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe