ସାଧ୍ୱୀ ପ୍ରଜ୍ଞାଙ୍କ ବିରୁଦ୍ଧରେ ପ୍ରାର୍ଥୀ ହେଲେ ସହିଦ୍‌ ହେମନ୍ତ କରକରେଙ୍କର ପୂର୍ବତନ ସହଯୋଗୀ ରିୟାଜୁଦ୍ଦିନ ଦେଶମୁଖ

Advertisment
ସାଧ୍ୱୀ ପ୍ରଜ୍ଞାଙ୍କ ବିରୁଦ୍ଧରେ ପ୍ରାର୍ଥୀ ହେଲେ ସହିଦ୍‌ ହେମନ୍ତ କରକରେଙ୍କର ପୂର୍ବତନ ସହଯୋଗୀ ରିୟାଜୁଦ୍ଦିନ ଦେଶମୁଖ

photo-ajtak

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହୋଇଥିବା ସାଧ୍ୱୀ ପ୍ରଜ୍ଞାଙ୍କ ଟିପ୍ପଣୀରେ ଅସନ୍ତୋଷ ପ୍ରକାଶ କରି ସହିଦ୍‌ ହେମନ୍ତ କରକରେଙ୍କର ଜଣେ ପୂର୍ବତନ ସହଯୋଗୀ ତାଙ୍କ ବିରୁଦ୍ଧରେ ନିର୍ବାଚନ ଲଢୁଛନ୍ତି। ସହିଦ୍‌ ହେମନ୍ତ କରକରେଙ୍କ ସହଯୋଗୀ ଥିବା ମହାରାଷ୍ଟ୍ରର ଅବସରପ୍ରାପ୍ତ ପୁଲିସ ଏସପି ରିୟାଜୁଦ୍ଦିନ ଦେଶମୁଖ ଭୋପାଳ ସଂସଦୀୟ ଆସନରୁ ସ୍ୱାଧୀନ ପ୍ରାର୍ଥୀଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ କରିବା ପରେ ରିୟାଜୁଦ୍ଦିନ କହିଛନ୍ତି ଯେ ସେ ମୂଳତଃ ମହାରାଷ୍ଟ୍ରର ଔରଙ୍ଗାବାଦର ଅଧିବାସୀ।

publive-image photo-news state

ସେ ଆହୁରି ମଧ୍ୟ କହିଛନ୍ତି ସେ ସହିଦ୍‌ ହେମନ୍ତ କରକରେଙ୍କୁ ନିଜର ଗୁରୁ ବୋଲି ମନେ କରନ୍ତି। ଯେତେବେଳେ ହେମନ୍ତ ମହାରାଷ୍ଟ୍ରର ଅକୋଲାରେ ଏସ୍‌ପି ଥିଲେ,ସେତେବେଳେ ରିୟାଜୁଦ୍ଦିନ ତାଙ୍କ ଅଧିନରେ ସବ୍‌ ଇନସ୍ପେକ୍ଟର ଭାବେ କାର୍ଯ୍ୟ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ହେମନ୍ତଙ୍କ ଉପରେ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ବୟାନ୍‌କୁ ଇଲେକ୍ଟ୍ରୋନିକ୍‌ ମିଡିଆରେ ଦେଖିବା ପରେ ତାଙ୍କ ବିରୋଧରେ ପ୍ରାର୍ଥୀ ହେବା ଲାଗି ସ୍ଥିର କରିଥିଲେ। ଏଠାରେ ସୂଚନାଯୋଗ୍ୟ ସାଧ୍ୱୀ ପ୍ରଜ୍ଞା କହିଥିଲେ ଯେ ହେମନ୍ତ କରକରେ ତାଙ୍କୁ ଅନ୍ୟାୟ ଉପାୟରେ ଫସାଇଥିଲେ ଓ ତାଙ୍କୁ ତା’ର ଦଣ୍ଡ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe