ଡୋରଣ୍ଡା ଗୋଖାଦ୍ୟ ଦୁର୍ନୀତି: ଲାଲୁ ପ୍ରସାଦଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ; ୬୦ ଲକ୍ଷ ଟଙ୍କା ଜରିମାନା

ଡୋରଣ୍ଡା ଗୋଖାଦ୍ୟ ଦୁର୍ନୀତି: ଲାଲୁ ପ୍ରସାଦଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ; ୬୦ ଲକ୍ଷ ଟଙ୍କା ଜରିମାନା

ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ସହ ଜଡ଼ିତ ଡୋରଣ୍ଡା ତହବିଲ୍‌ (ଟ୍ରେଜେରି) ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ୫ ବର୍ଷ ଜେଲ୍‌ ଓ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ଆଜି ‘ସିବିଆଇ’ର ଏକ ସ୍ବତନ୍ତ୍ର ଅଦାଲତ ଏହି ମାମଲାରେ ଗତ ସପ୍ତାହରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କ ପ୍ରତି ହୋଇଥିବା ଦଣ୍ଡାଦେଶ ଶୁଣାଇଥିଲେ।

ଝାଡ଼ଖଣ୍ଡର ଡୋରଣ୍ଡା ତହବିଲ୍‌ରୁ ଏହି ଗୋଖାଦ୍ୟ ଦୁର୍ନୀତି ମାମଲାରେ ବେଆଇନ ଭାବେ ୩୯.୩୫ କୋଟି ଟଙ୍କା ଉଠାଯାଇଥିଲା। ଏଥିପାଇଁ ଗତ ସପ୍ତାହରେ ‘ସିବିଆଇ’ ଅଦାଲତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

publive-image Image Courtesy of India Today

ଡୋରଣ୍ଡା ତହବିଲ୍‌ ମାମଲାରେ ସମୁଦାୟ ୯୯ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨୪ଜଣ ଦୋଷମୁକ୍ତ ହୋଇଥିବା ବେଳେ ଗତ ସପ୍ତାହରେ ୪୬ଜଣଙ୍କୁ ୩ବର୍ଷ ‌ଜେଲ୍‌ ଦଣ୍ଡାଦେଶ ହୋଇଥିଲା।

୭୩ ବର୍ଷିୟ ଲାଲୁ ପ୍ରସାଦଙ୍କୁ ପୂର୍ବରୁ ଅନ୍ୟ ୪ଟି ମାମଲାରେ ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe