ଦୁଇ ଦିନରେ ୨୨ଟି ହତ୍ୟା ଏହା କ’ଣ ମଙ୍ଗଳରାଜ୍ୟ: ରାବ୍ରୀ ଦେବୀ

ଆରଜେଡି ବିଧାୟକ ରଣବିଜୟ ସାହୁ ବିହାରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି। ତେଜସ୍ୱୀ ସରକାର ଆସିବା ମାତ୍ରେ ଏନକାଉଣ୍ଟର ନୀତି ଲାଗୁ କରାଯିବ। ବିହାରରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି।

jhg

ନୂଆଦିଲ୍ଲୀ: ବିହାରର ଆଇନ ବ୍ୟବସ୍ଥାକୁ ନେଇ ସୋମବାର ବିଧାନସଭା ପରିଷଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ନୀତିଶ କୁମାରଙ୍କୁ ଟାଗେର୍ଟ କରିଥିଲେ। 

ରାଜ୍ୟରେ ବଢ଼ୁଥିବା ଅପରାଧ ଏବଂ ପୁଲିସ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ନେଇ ରାବ୍ରୀ ଦେବୀ କହିଛନ୍ତି, ‘ ନୀତିଶ କୁହନ୍ତି ଯେ ଏହା ଏକ ସୁଶାସନର ସରକାର। କେଉଁଠାରେ ଅଛି ସୁଶାସନ? ବିହାରରେ ହୋଲି ସମୟରେ ଦୁଇ ଦିନରେ ୨୨ଟି ହତ୍ୟା ଘଟଣା ସାମ୍ନାକୁ ଆସିଛି।

ଭଉଣୀ ଏବଂ ଝିଅମାନଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଉଛି। ଇନ୍ସପେକ୍ଟର ଏବଂ କନଷ୍ଟେବଳଙ୍କୁ ହତ୍ୟା କରାଯାଉଛି। ଏଭଳି ପରିସ୍ଥିତିରେ  ସାଧାରଣ ଲୋକଙ୍କର ଅବସ୍ଥା କ'ଣ ହେବ? ଯେଉଁମାନଙ୍କୁ ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି ସେମାନଙ୍କୁ ହତ୍ୟା କରାଯାଉଛି। ଏହା କ’ଣ ମଙ୍ଗଳ ରାଜ୍ୟ? 

ଏହି ସମୟରେ ଆରଜେଡି ବିଧାୟକ ରଣବିଜୟ ସାହୁ ବିହାରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି। ତେଜସ୍ୱୀ ସରକାର ଆସିବା ମାତ୍ରେ ଏନକାଉଣ୍ଟର ନୀତି ଲାଗୁ କରାଯିବ। ବିହାରରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି।

ନୀତିଶ କୁମାର ଗୃହ ବିଭାଗ ସମ୍ଭାଳି ପାରୁନାହାଁନ୍ତି। ସେ ଅଚେତ ହୋଇପଡ଼ିଛନ୍ତି। ପୁଲିସକର୍ମଚାରୀମାନଙ୍କୁ ହତ୍ୟା କରାଯାଉଛି। ସେମାନଙ୍କୁ ପଥରମାଡ଼ କରାଯାଉଛି। ଏସବୁ ପରିସ୍ଥିତି ମଧ୍ୟରେ ସାଧାରଣ ଲୋକ ଘରୁ ବାହାରିବାକୁ ଭୟ କରୁଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe