ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ଶକ୍ତ ଝଟ୍‌କା : ଦଳ ଛାଡ଼ିଲେ ଟାଣୁଆ ନେତା ରଘୁବଂଶ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ଶକ୍ତ ଝଟ୍‌କା : ଦଳ ଛାଡ଼ିଲେ ଟାଣୁଆ ନେତା ରଘୁବଂଶ

The Hindu

ପାଟନା : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ମୁଖ୍ୟ ବିରୋଧୀ ଦଳ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) କୁ ଶକ୍ତ ଝଟ୍‌କା ଲାଗିଛି। ବରିଷ୍ଠ ଆର୍‌ଜେଡି ନେତା ରଘୁବଂଶ ପ୍ରସାଦ ସିଂହ ଆଜି ଆର୍‌ଜେଡିରୁ ଇସ୍ତଫା ଦେଇଛନ୍ତି। ସିଂହ କହିଛନ୍ତି, କରପୁରୀ ଠାକୁରଙ୍କ ମୃତ୍ୟୁ ପରେ ସେ ଦୀର୍ଘ ୩୨ ବର୍ଷ ଧରି ଆର୍‌ଜେଡିକୁ ସମର୍ଥନ କଲେ। କିନ୍ତୁ ଆଉ ନୁହେଁ। ରଘୁବଂଶ ଏବେ କରୋନା ସଂକ୍ରମିତ ଥିବାବେଳେ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତେବେ ହସ୍ପିଟାଲ୍‌ରୁ ସେ ଲାଲୁଙ୍କ ପାଖକୁ ନିଜର ଇସ୍ତଫା ପତ୍ର ଲେଖିଛନ୍ତି। ରଘୁବଂଶ ଦଳର କିଛି ନିଷ୍ପତ୍ତି ପାଇଁ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଜେଡିୟୁ ରଘୁବଂଶଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛି ଏବଂ ଜଣେ ବରିଷ୍ଠ ନେତାଙ୍କୁ ଆରଜେଡି ଅଣଦେଖା କରିଥିବାରୁ ଆରଜେଡି ଉପରକୁ ବର୍ଷିଛି।

ଅନ୍ୟପକ୍ଷେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ତାଙ୍କର ସବୁଠୁ ଘନିଷ୍ଠ ଏବଂ ପୁରୁଣା ସହଯୋଗୀ ରଘୁବଂଶଙ୍କୁ ହରାଇବାକୁ ଚାହାନ୍ତିନି। ସେ ରଘୁବଂଶଙ୍କ ନିଷ୍ପତ୍ତିକୁ ଗ୍ରହଣ କରିନାହାନ୍ତି। ଲାଲୁ ଅତ୍ୟନ୍ତ ଭାବପ୍ରବଣ ହୋଇ ଉକ୍ତ ବିଷୟରେ ପ୍ରତିକ୍ରିୟ‌ା ପ୍ରକାଶ କରି କହିଛନ୍ତି ଯେ, ମୁଁ ଏହାକୁ ବିଶ୍ବାସ କରିପାରୁନି। ତୁମେ ଶୀଘ୍ର ସୁସ୍ଥ ହୋଇ ପୁଣିଥରେ ଦଳକୁ ଫେରିବାପାଇଁ ମୋ ପରିବାର ଏବଂ ଆରଜେଡି ପରିବ‌ାର ଚାହାନ୍ତି। ପ୍ରଥମେ ତୁମେ ସୁସ୍ଥ ହୁଅ। ତା'ପରେ ଆମେ ବସି କଥା ହେବା। ତୁମେ କେଉଁଠିକୁ ଯାଉନାହଁ ବୋଲି ଲାଲୁ ରଘୁବଂଶଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe