ବହୁ ବିବାହ ପ୍ରଥାକୁ କୁସଂସ୍କାର ବିବେଚନା କରିବା ଉଚିତ ନୁହେଁ: ତେଜ୍‌ଙ୍କ ସମର୍ଥନରେ ଆରଜେଡି ସାଂସଦ

Advertisment
thwrhwrj

ପଟନା: ପ୍ରଥମ ପତ୍ନୀଙ୍କ ସହିତ ଛାଡ଼ପତ୍ର ମାମଲା କୋର୍ଟରେ ଚାଲିଥିବା ବେଳେ କିଛି ଦିନ ତଳେ ଅନ୍ୟ ମହିଳାଙ୍କ ସହ ଫଟୋ ଛାଡ଼ି ବିବାଦୀୟ ହୋଇଥିଲେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ। ବିବାହ ପୂର୍ବରୁ ହିଁ ସେ ଅନ୍ୟ ମହିଳାଙ୍କ ସମ୍ପର୍କରେ ଥିବା ଜଣାପଡ଼ିବା ପରେ ଅନେକ ତାଙ୍କ ସମ୍ପର୍କକୁ ବିରୋଧ କରିଥିଲେ। ଏବେ ଆରଜେଡି ସାଂସଦ ସୁଧାକର ସିଂହ, ତେଜ ପ୍ରତାପ ଯାଦବଙ୍କୁ ସମର୍ଥନ କରିଛନ୍ତି। ସେ ଏହାକୁ ତେଜ ପ୍ରତାପଙ୍କ ବ୍ୟକ୍ତିଗତ କଥା ବୋଲି କହିଛନ୍ତି। 

ତାଙ୍କ କହିବା ମୁତାବକ,  ବିବାହ କରିବା ଏକ ଅନୈତିକ କିମ୍ବା ଅବୈଧ କାର୍ଯ୍ୟ ନୁହେଁ। ହିନ୍ଦୁ ପରମ୍ପରାରେ ଦୁଇଟି ବିବାହ ପୂର୍ବରୁ ରହିଛି। ପୂର୍ବରୁ ମଧ୍ୟ ଅନେକ ବ୍ୟକ୍ତିତ୍ବ ୨-୩ଟି ବିବାହ କରିଛନ୍ତି। ଏହାର ଅନେକ ଉଦାହରଣ ରହିଛି। ସ୍ୱର୍ଗତ ରାମବିଳାସ ପାସୱାନ ମଧ୍ୟ ୨ଟି ବିବାହ କରିଥିଲେ। ତାଙ୍କ ପୁଅ ଚିରାଗ ପାସୱାନ ତାଙ୍କ ଦ୍ୱିତୀୟ ପତ୍ନୀଙ୍କଠାରୁ ଜନ୍ମ ନେଇଥିଲେ। ଯଦି ତେଜ ପ୍ରତାପ ଦ୍ବିତୀୟ ବିବାହ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଦାବି କରାଯାଉଛି, ତେବେ ମୁଁ ଏଥିରେ କିଛି ଭୁଲ ଦେଖୁନାହିଁ। ଜଣେ ପିତା ଭାବରେ, ଲାଲୁ ପ୍ରସାଦ ତାଙ୍କ ପୁଅକୁ ଗ୍ରହଣ କରିବା ଉଚିତ। ତେଜ ପ୍ରତାପ ନୈତିକ କିମ୍ବା ସାମାଜିକ ଭାବରେ କିଛି ଭୁଲ କରିଥିବା ମୁଁ ଭାବୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe