ବିହାର ମହାମେଣ୍ଟରେ ସଙ୍କଟ, ୧୩ ସୁଦ୍ଧା ନିଷ୍ପତ୍ତି ନେବାକୁ କଂଗ୍ରେସକୁ କହିଲା ଆର୍‌ଜେଡି

Advertisment
ବିହାର ମହାମେଣ୍ଟରେ ସଙ୍କଟ, ୧୩ ସୁଦ୍ଧା ନିଷ୍ପତ୍ତି ନେବାକୁ କଂଗ୍ରେସକୁ କହିଲା ଆର୍‌ଜେଡି

ପାଟନା: ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକ ଏକଜୁଟ ହେବାକୁ ଚଳାଇଥିବା ପ୍ରୟାସ ଏବେ ବିହାରରେ ସଙ୍କଟରେ ପଡ଼ିଯାଇଛି। ଏଠାରେ ଆର୍‌ଜେଡି, କଂଗ୍ରେସ ଏବଂ ଅନ୍ୟ ଦଳମାନଙ୍କୁ ନେଇ ଗଠିତ ହେବାକୁ ଥିବା ମହାମେଣ୍ଟର ରୂପରେଖ ପ୍ରସ୍ତୁତ ହୋଇପାରୁନାହିଁ। ରାଜ୍ୟର ୪୦ ଲୋକସଭା ଆସନକୁ ନେଇ ସହମତି ହୋଇପାରୁନଥିବାରୁ ଦୁଇ ବଡ଼ ଦଳ ଆର୍‌ଜେଡି ଏବଂ କଂଗ୍ରେସ ମଧ୍ୟରେ ମତଭେଦ ତୀବ୍ର ହେବାରେ ଲାଗିଛି। ୧୩ ତାରିଖ ସୁଦ୍ଧା ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆଜି ଆର୍‌ଜେଡି ନେତା ତେଜସ୍ବୀ ଯାଦବ କଂଗ୍ରେସକୁ ଚରମବାଣୀ ଶୁଣାଇ ଦେଇଛନ୍ତି। କଂଗ୍ରେସ ୧୨ଟି ଆସନ ଚାହୁଥିବା ବେଳେ ଆର୍‌ଜେଡି କେବଳ ୧୦ଟି ଆସନ କଂଗ୍ରେସକୁ ଦେବାକୁ ରାଜି ଥିବା ଜଣାପଡ଼ିଛି। ବିହାର ମହାମେଣ୍ଟରେ ମୁକେଶ ଶାହନି, ଉପେନ୍ଦ୍ର କୁଶୱାରା, ଜିତନ ରାମ ମାଂଝି ଓ ଶରଦ ଯାଦବଙ୍କ ଦଳ ମଧ୍ୟ ଅଛନ୍ତି ଏବଂ ସେମାନଙ୍କୁ ମଧ୍ୟ କେତେ ଲେଖାଏଁ ଆସନ ମିଳିବ ତାହା ସ୍ପଷ୍ଟ ହୋଇପାରିନାହିଁ। ଫଳରେ ନିର୍ବାଚନ ପ୍ରସ୍ତୁତିରେ ବିଳମ୍ବ ହେଉଛି ଏବଂ ଏହାର ଫାଇଦା ବିଜେପି-ଜେଡିୟୁ ମେଣ୍ଟ ନେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe