ପାଟନା: ବିହାରର ବେଗୁସରାଇ ଆସନରେ ନିର୍ବାଚନ ଲଢ଼ୁଥିବା ଜେଏନ୍ୟୁର ପୂର୍ବତନ ଛାତ୍ରନେତା କହ୍ନେୟା କୁମାରଙ୍କୁ ମାତ୍ ଦେବାପାଇଁ ଆରଜେଡି ଏବେ ଅନ୍ୟ ରାଜ୍ୟରୁ ଛାତ୍ରନେତାମାନଙ୍କୁ ଆଣି ନିୟୋଜିତ କରିଛି। ଏଏମ୍ୟୁ ଏବଂ ଜାମିଆ ମିଲିଆ ଇସଲାମିଆର ଛାତ୍ରନେତାମାନଙ୍କୁ ଆଣି ଏବେ ଆରଜେଡି କହ୍ନେୟାଙ୍କ ବିରୋଧରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛି। ବେଗୁସରାଇରେ କହ୍ନେୟାଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି ଆରଜେଡି ପ୍ରାର୍ଥୀ ତନବୀର୍ ହାସନ। ତେବେ କହ୍ନେୟାଙ୍କ ପାଇଁ ଏବେ ଜେଏନ୍ୟୁର ୪୦ ଜଣିଆ ଟିମ୍ ବେଗୁସରାଇରେ ପ୍ରଚାର କରୁଥିବାବେଳେ ତନବୀର୍ଙ୍କ ପାଇଁ ୩୦ ଜଣିଆ ଛାତ୍ରନେତା ଟିମ୍ କାମ କରୁଛି।
କହ୍ନେୟାଙ୍କୁ ମାତ୍ ଦେବା ପାଇଁ ବାହାରୁ ଛାତ୍ରନେତାଙ୍କୁ ଆଣିଲା ଆର୍ଜେଡି
Advertisment
Follow Us