Road Accident, 10 Dead: ବାଟରେ ହଜିଗଲା ବାହାଘର ଖୁସି: ୨ଟି ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ, ବିବାହ ଭୋଜିରୁ ଫେରିବା ବେଳେ ବାଟରେ ଜଗିଥିଲା ଯମ…

ଦୁଃଖରେ ବଦଳିଗଲା ବାହାଘରର ଖୁସି । ବିବାହ ଉତ୍ସବରେ ସାମିଲ ହୋଇ ଫେରିବା ବେଳେ ବାଟରେ ଚାଲିଗଲା ଜୀବନ । ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହେବା ପରେ ବିବାହର ଖୁସି ହଜିଯାଇଛି

Road Accident

Road Accident Photograph: (Sambad.in)

ନୂଆଦିଲ୍ଲୀ: ଦୁଃଖରେ ବଦଳିଗଲା ବାହାଘରର ଖୁସି । ବିବାହ ଉତ୍ସବରେ ସାମିଲ ହୋଇ ଫେରିବା ବେଳେ ବାଟରେ ଚାଲିଗଲା ଜୀବନ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହେବା ପରେ ବିବାହର ଖୁସି ହଜିଯାଇଛି । ଛତିଶଗଡ଼ ଜାଞ୍ଜଗିର ଏବଂ ଚାମ୍ପା ଜିଲ୍ଲା ମଝିରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ଟ୍ରକ ସହ ଏସୟୁଭି କାର୍ ଧକ୍କା ହେବା ପରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ଅଛନ୍ତି । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । 

ଆହୁରି ପଢନ୍ତୁ- Death Wedding Father Groom ବରଯାତ୍ରୀଙ୍କ ଉପରେ ମାଡ଼ିଗଲା କାର୍, ଚାଲିଗଲା ବାପାଙ୍କ ଜୀବନ

ମୃତାହତମାନେ ସମସ୍ତେ ନାଉଗଡର ହୋଇଥିବା ବେଳେ ସେମାନେ ଏକ ବିବାହ ଭୋଜିରେ ସାମିଲ ହୋଇ ଘରକୁ ଫେରୁଥିଲେ । ଗୁରୁତର ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଅନ୍ୟ ଏକ ଦୁର୍ଘଟଣା ଉତ୍ତରପ୍ରଦେଶରେ ଘଟିଛି । କେନାଲକୁ କାର୍ ଖସି ପଡିବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଲକ୍ଷ୍ମୀପୁର ଖେରୀ ଗିରିଜାପୁରୀ ଜାତୀୟ ରାଜପଥ କଡରେ ଏହି ଦୁର୍ଘଟଣା ଘଟିଛି । 

ଆହୁରି ପଢନ୍ତୁ-  ୃKamla Pasand: ଜୀବନ ହାରିଲେ କମଲା ପସନ୍ଦ ପାନ ମସଲା ମାଲିକଙ୍କ ବୋହୂ

ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ କାରଟି ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ପୋଲିସ ଏବଂ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ, ଗ୍ରାମବାସୀଙ୍କ ସହାୟତାରେ ଗାଡିଟିକୁ କେନାଲରୁ ବାହାର କରିଥିଲେ। ଦୁର୍ଭାଗ୍ୟବଶତଃ ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe