ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ; ଏକାଠି ଜଳିଲା ଗୋଟିଏ ପରିବାରର ୬ଜଣଙ୍କ ଜୁଇ

Advertisment
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ; ଏକାଠି ଜଳିଲା ଗୋଟିଏ ପରିବାରର ୬ଜଣଙ୍କ ଜୁଇ

The Hans India

ଭୋପାଳ: ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ଜୁଇ ଏକାଠି ଜଳିଥିବାର ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତେ ମ୍ରିୟମାଣ ହୋଇ ଯାଇଥିଲେ।

ସୂଚନାନୁସାରେ, ରାଜଗଡର ଜୀରାପୁରର ଦୁଇ ଦାଦା ପୁଅ ଭାଇ ଲଳିତ ଓ ପବନ ଜାନୁଆରି ୧ରେ ଖାଟ୍ଟୁଶ୍ୟାମ୍ ନାମକ ଏକ ଧର୍ମସ୍ଥାନକୁ ପଦଯାତ୍ରାରେ ବାହାରିଥିଲେ । ଉଭୟ ୨୬ ତାରିଖରେ ଖାଟ୍ଟୁଶ୍ୟାମରେ ପହଞ୍ଚିଥିଲେ । ଏହାପରେ ସେମାନଙ୍କ ପରିବାରର ସଦସ୍ୟ ଦୁଇ ଭାଇଙ୍କୁ ଫେରାଇ ଆଣିବା ପାଇଁ ଦୁଇଟି ଗାଡିରେ ରାଜସ୍ଥାନରେ ପହଞ୍ଚିଥିଲେ । ଜାନୁଆରି ୨୬ରେ ଖାଟ୍ଟୁଶ୍ୟାମଙ୍କ ଦର୍ଶନ ପରେ ପରିବାରର ସମସ୍ତ ସଦସ୍ୟ ଦୁଇଟି ଗାଡିରେ ଗାଁକୁ ଫେରୁଥିଲେ । ଏହି ସମୟରେ ଗୋଟିଏ ଗାଡିକୁ ଟ୍ରକ ଧକ୍କା ଦେଇଥିଲା।

Rajasthan में भीषण सड़क हादसा, 8 लोगों की मौत, 5 गंभीर घायल
ଫଳରେ ଘଟଣାସ୍ଥଳରେ ହିଁ ୮ଜଣ ଯାତ୍ରୀଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ମୃତକଙ୍କ ମଧ୍ୟରେ ୩ ପୁରୁଷ, ୨ ମହିଳା ଓ ୩ ଶିଶୁ ରହିଛନ୍ତି । ଅନ୍ୟ ୫ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।

ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦୁର୍ଘଟଣାରେ ତିନି ବର୍ଷର ଶିଶୁର ଜୀବନ ରକ୍ଷା ପାଇଯାଇଛି। ଘଟଣାସ୍ଥଳରୁ ଟ୍ରକ୍ ଚାଳକ ଫେରାର ହୋଇଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

8 killed in road accident in Rajasthan's Tonk - India News

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଜିପକୁ ବାହାର କରିଥିଲା । ଦୁର୍ଘଟଣାରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି। ୬ଜଣଙ୍କ ଅନ୍ତିମ ସଂସ୍କାର ବୁଧବାର ଜୀରାପୁରରେ ହୋଇଥିବା ବେଳେ ଅନ୍ୟ ୨ଜଣଙ୍କର ଗୁରୁବାର ମକ୍ସିରେ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe