ଦୀପାବଳି ପାଇଁ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହୋଇ ୬ଜଣଙ୍କ ମୃତ୍ୟୁ

Advertisment

ଦୀପାବଳି ପାଇଁ କାମରୁ ଛୁୂଟି ନେଇ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହୋଇ ୬ଜଣଙ୍କ ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ। ଅନ୍ୟ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ କରାଯାଇଛି ଭର୍ତ୍ତି।

ଦୀପାବଳି ପାଇଁ କାମରୁ ଛୁୂଟି ନେଇ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହୋଇ ୬ଜଣଙ୍କ ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ। ଅନ୍ୟ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ କରାଯାଇଛି ଭର୍ତ୍ତି।

୭୬୭୬

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବନ୍ଦାୟୁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।  ଦୀପାବଳି ପାଇଁ ଛୁଟି ନେଇ ଘରକୁ ଫେରୁଥିବା ବେଳେ ୬ଜଣ ଯାତ୍ରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୬ଜଣ ମୃତଦେହଙ୍କୁ ଉଦ୍ଧାର କରି ଶବଗୃହର ରଖିଛି। ମୃତକଙ୍କ ପରିଚୟ ଜାଣିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। 

ସୂଚନାଯୋଗ୍ୟ, ଦୁର୍ଘଟଣାଗସ୍ତ ଅଟୋରେ  ଯାତ୍ରା କରୁଥିବା ଲୋକମାନେ ନୋଏଡାରେ କାମ କରୁଥିଲେ। ଏ ସମସ୍ତ ଯାତ୍ରୀ ଦୀପାବଳି ପାଳନ କରିବାକୁ କାମରୁ ଛୁଟି ନେଇ ଏକ ଅଟୋ ରିଜର୍ଭ କରି ହସଖୁସିରେ ଘରକୁ ଫେରୁଥିଲେ। ଗୁରୁବାର ସକାଳେ ଉକ୍ତ ଅଟୋ ଟି ମୁଜରିଆ ଗ୍ରାମ ନିକଟରେ ଦେଇ ଯାଉଥିବା ବେଳେ ବୀପରିତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ଅଟୋକୁ ଧକ୍କା ଦେଇଥିଲା। ଏହି ସମୟରେ ପଛରୁ ଆସୁଥିବା ଏକ କାର ମଧ୍ୟ ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ଏଥିରେ ବସିଥିବା ୬ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ବାକି ୫ଜଣ ଗୁରୁତର ହୋଇଥିଲେ। ଦୁର୍ଘଟଣା ଘଟାଇବା ପରେ ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ଚାଳକଙ୍କୁ ଧରିବା ପାଇଁ ତଦନ୍ତ କରୁଛି।  ଗୁରୁତର ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଅଧିକପଢ଼ନ୍ତୁ:ଧନତେରସରେ ଲୋକେ ଘରକୁ ବୋହିନେଲେ ୨୫ ଟନ୍ ସୁନା, ୨୫୦ ଟନ୍ ରୁପା: ସିଏଆଇଟି ରିପୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe