ଦୁଃଖଦ ଘଟଣା: ବିବାହକୁ ୧୦ଦିନ ପୂରି ଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ନବଦମ୍ପତିଙ୍କ ଜୀବନ

ଦୁଃଖଦ ଘଟଣା: ବିବାହକୁ ୧୦ଦିନ ପୂରି ଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ନବଦମ୍ପତିଙ୍କ ଜୀବନ

ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ ତୀର୍ଥସ୍ଥଳ ଭ୍ରମଣ କରି ଫେରୁଥିବା ବେଳେ  ଏକ ଭୟାବହ ସଡ଼କ ଦୁର୍ଘଟଣାର ଶିକାର ହେବାଫଳରେ ନବଦମ୍ପତିଙ୍କ ମୃତ୍ୟୁ ହୋଇଯାଇଛି। ଏହି ଦମ୍ପତିଙ୍କ ଗତ ୧୦ଦିନ ପୂର୍ବରୁ ବିବାହ ହୋଇଥିଲା।

ସୂଚନାଯୋଗ୍ୟ, ଦୁର୍ଘଟଣା ମୁଦାଲଗି ନିକଟସ୍ଥ ହାଲୁରୁ ଗ୍ରାମରେ ଘଟିଛି। ମୃତକଙ୍କ ନାମ ଇନ୍ଦ୍ରଜିତ ମୋହନ ଦମ୍ମନଗି(୨୭) ଓ କଲ୍ୟାଣୀ ଇନ୍ଦ୍ରଜିତ ଦମ୍ମାନଗି(୨୪) ବୋଲି ଜଣାପଡ଼ିଛି। ମୃତକ ଦ୍ବୟ ଦମ୍ପତି। ଏହି ଦମ୍ପତିଙ୍କ ବିବାହ ଗତ ୧୦ଦିନ ପୂର୍ବରୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ଇନ୍ଦ୍ରଜିତ ଓ କଲ୍ୟାଣୀ ବସବାସ କରନ୍ତି।

ନବଦମ୍ପତିଙ୍କ ପରିବାରଲୋକ କହିଛନ୍ତି,‘ ଇନ୍ଦ୍ରଜିତ ଓ କଲ୍ୟାଣୀଙ୍କ ୧୦ଦିନ ପୂର୍ବରୁ ବିବାହ ସରିଥିଲା। ଦୁହେଁ ମନା କରୁଥିବା ସତ୍ତ୍ବେ ଆମେ ତାଙ୍କୁ ବୁଲିବାକୁ ପଠାଇଥିଲୁ। ସେମାନେ ବାଦାମିର ବନଶଙ୍କରି ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ‌ସେଠାରେ କିଛି ସମୟ ଦୁହେଁ ବୁଲାବୁଲି କରିବା ପରେ କାରରେ ଘରକୁ ଫେରୁଥିଲେ। ଏତିକି ବେଳେ ରାସ୍ତାରେ ଦୁହିଁଙ୍କୁ ଯମ ଜଗି ବସିଥିଲା। ନୂଆକରି ଜୀବନ ଆରମ୍ଭ କରିବାକୁ ନେଇ ଅନେକ ସ୍ବପ୍ନ ଦେଖିଥିବା ବେଳେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଚାଲିଗଲା ଏହି ନବଦମ୍ପତିଙ୍କ ଜୀବନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe