ଅସୁସ୍ଥତା ଠାରୁ ସଡ଼କ ଦୁର୍ଘଟନାରେ ସମଗ୍ର ବିଶ୍ୱରେ ଅଧିକ ପିଲା ଓ ତରୁଣ ମରୁଛନ୍ତି

Advertisment
ଅସୁସ୍ଥତା ଠାରୁ ସଡ଼କ ଦୁର୍ଘଟନାରେ ସମଗ୍ର ବିଶ୍ୱରେ ଅଧିକ ପିଲା ଓ ତରୁଣ ମରୁଛନ୍ତି

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ପ୍ରତି ୨୩ ସେକେଣ୍ଡ୍‌ରେ ଅନ୍ୟୂନ ଜଣେ ପ୍ରାଣ ହରାଉଛନ୍ତି। ସଡ଼କ ନିରାପତ୍ତା ସମ୍ପର୍କରେ ପ୍ରକାଶିତ ଗ୍ଲୋବାଲ୍‌ ଷ୍ଟାଟସ୍‌ ରିପୋର୍ଟ ଅନୁସାରେ, ଭାରତରେ ସର୍ବାଧିକ ସଡ଼କ ଦୁର୍ଘଟନା ଜନିତ ଜୀବନହାନୀ ଘଟୁଥିବା କଥା ଜଣାପଡ଼ିଛି।

ଶୁକ୍ରବାର ଦିନ ପ୍ରକାଶିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୩ରେ ୧. ୨୫ ନିୟୁତ ସଡ଼କ ଦୁର୍ଘଟନା ଜନିତ ମୃତ୍ୟୁ ଘଟିଥିବା ବେଳେ ୨୦୧୬ରେ ତାହା ୧. ୩୫ ନିୟୁତକୁ ବୃଦ୍ଧି ପାଇଛି। ଏଥିରୁ ପ୍ରତି ୯ଟି ମୃତ୍ୟୁ ଘଟନାରୁ ଗୋଟିଏ ଭାରତରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ସମ୍ପ୍ରତି ୫- ୨୯ ବର୍ଷ ବୟସ୍କମାନଙ୍କ ମୃତ୍ୟୁର ୧ ନମ୍ବର କାରଣ ହେଉଛି ସଡ଼କ ଦୁର୍ଘଟନା। ଏହା ଶାରୀରିକ ଅସୁସ୍ଥତା ଜନିତ ମୃତ୍ୟୁ ଠାରୁ ମଧ୍ୟ ଅଧିକ।

ଜାତିସଂଘ ୨୦୧୦-୨୦୨୦ କୁ ‘ଡିକେଡ୍‌ ଅଫ୍‌ ଆକ୍‌ସନ୍‌ ଫର୍‌ ରୋଡ୍‌ ସେଫ୍‌ଟି’ ଦଶନ୍ଧି ଘୋଷଣା କରିଥିବାରୁ ବିଶ୍ୱର ସମଗ୍ର ଦେଶ ୨୦୨୦ ସୁଦ୍ଧା ସଡ଼କ ଦୁର୍ଘଟନା ଜନିତ ମୃତ୍ୟୁ ହାର ଅଧା କମାଇ ଦେବାକୁ ନିୟମ କରିଛନ୍ତି।

୨୦୧୬ରେ ଭାରତରେ ସଡ଼କ ଦୁର୍ଘଟନା ଜନିତ ମୃତ୍ୟୁ ୧. ୫୧ ହୋଇଛି ବୋଲି ସଡ଼କ ପରିବହନ ମନ୍ତ୍ରାଳୟ ତଥ୍ୟ ଦେଇଥିବା ବେଳେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ତାହା ପ୍ରାୟ ୩ ଲକ୍ଷ ଅଧିକ ବୋଲି ଜଣାପଡ଼ିଛି। ସଡ଼କ ଦୁର୍ଘଟନା ମାମଲାରେ ଡାକ୍ତରଖାନା ଓ ପୁଲିସ ରିପୋର୍ଟ ମଧ୍ୟରେ ବଡ଼ ବ୍ୟବଧାନ ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜଣାଇଛି।

୨୦୧୭ ବର୍ଷରେ ଭାରତରେ ସଡ଼କ ଦୁର୍ଘଟନା ମୃତ୍ୟୁ ସଂଖ୍ୟ ୧. ୪୬ ହୋଇଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ କରିଛି। ଏହା ଗତବର୍ଷ ତୁଳନାରେ ୩% କମ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe