ବିଜେପି ରଥଯାତ୍ରା ପାଇଁ ବାଟ ଫିଟୁଛି, ଜଣିକିଆ ଖଣ୍ଡପୀଠଙ୍କ ନିଷ୍ପତ୍ତି ଖାରଜ

Advertisment

୧୪ରେ ଚୂଡ଼ାନ୍ତ ନିଷ୍ପତ୍ତି, ମମତାଙ୍କୁ ବର୍ଷିଲେ ଶାହ

୧୪ରେ ଚୂଡ଼ାନ୍ତ ନିଷ୍ପତ୍ତି, ମମତାଙ୍କୁ ବର୍ଷିଲେ ଶାହ

ବିଜେପି ରଥଯାତ୍ରା ପାଇଁ ବାଟ ଫିଟୁଛି, ଜଣିକିଆ ଖଣ୍ଡପୀଠଙ୍କ ନିଷ୍ପତ୍ତି ଖାରଜ

ନୂଆଦିଲ୍ଲୀ/କୋଲ୍‌କାତା: ପଶ୍ଚିମବଙ୍ଗରେ ବି‌ଜେପିର ‘ରଥଯାତ୍ରା’ ଜନସମାବେଶକୁ ଅନୁମତି ନମିଳିବା ପରେ ଦଳ କୋଲ୍‌କାତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଦଳ ଶାନ୍ତିପୂର୍ଣ୍ଣ ଭାବେ ରଥଯାତ୍ରା ରାଲି କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହାପରେ ହାଇକୋର୍ଟଙ୍କ ଡିଭିଜନ୍‌ ବେଞ୍ଚ୍‌ ପୂର୍ବ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଗୁରୁବାର ବିଜେପିର ରଥଯାତ୍ରା ଜନସମାବେଶକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥି‌ଲେ। ରାଲି ଦ୍ବାରା ରାଜ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇପାରେ ବୋଲି ରାଜ୍ୟର ତୃଣମୂଳ କଂଗ୍ରେସ ସରକାର ଯୁକ୍ତି ବାଢ଼ିବା ପରେ ଜଣିକିଆ ଖଣ୍ଡପୀଠ ଏଭଳି ରାୟ ଦେଇଥିଲେ। ଶୁକ୍ରବାର ମାମଲାର ଶୁଣାଣି କରି ହାଇକୋର୍ଟ ଡିଭିଜନ୍‌ ବେଞ୍ଚ୍‌ ବିଜେପିର ୩ ଜଣ ପ୍ରତିନିଧି ରାଜ୍ୟର ମୁଖ୍ୟ ସଚିବ, ଗୃହ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ସହ ଡିସେମ୍ବର ୧୨ ସୁଦ୍ଧା ସାକ୍ଷାତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ହାଇକୋର୍ଟ ଡିସେମ୍ବର ୧୪ରେ ଜଣାଇବେ ବୋଲି କହିଛନ୍ତି। ବିଜେପିର ଆଜି ଏକ ଜନସମାବେଶ ଥିଲା ବେଳେ ୯ ଓ ୧୪ ତାରିଖରେ ଆଉ ଦୁଇଟି ରଥଯାତ୍ରା ସମାବେଶ ହେବାର ଯୋଜନା ଥିଲା।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ନେତ୍ରୀ ମମତା ବାନାର୍ଜୀଙ୍କୁ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣତନ୍ତ୍ରର ମୁହଁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରେ ସରକାରଙ୍କର ନିଦ ଉଡ଼ିଯାଇଥିଲା। ତେଣୁ ବିଜେପିର ରଥଯାତ୍ରା ଜନସମାବେଶକୁ ତୃଣମୂଳ ସରକାର ଡରିଯାଇଛନ୍ତି। ଶାହ କହିଛନ୍ତି ‌ଯେ ରାଜ୍ୟରେ ସରକାର ନିଜ କ୍ଷମତାର ଅପବ୍ୟବହାର କରି ଜନତାଙ୍କ ସ୍ବରକୁ ଦବାଇବାକୁ ଚେଷ୍ଟା କରୁଛନ୍ତି। ଏହା ହେବାକୁ ଦିଆଯିବ ନାହିଁ। ରାଜ୍ୟର ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିବାରୁ ମମତା ଘାବରେଇ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe