ଅମିତ ଶାହାଙ୍କୁ ରୋଡ୍‌ ସୋ’ ଲାଗି ଅନୁମତି ଦେଲେନି କି ତାଙ୍କ ହେଲିକେପ୍ଟରକୁ ମଧ୍ୟ ଲାଣ୍ଡ୍‌ କରିବା ଲାଗି ଅନୁମତି ଦେଲେନି ପଶ୍ଚିମବଙ୍ଗ ସରକାର

Advertisment
ଅମିତ ଶାହାଙ୍କୁ ରୋଡ୍‌ ସୋ’ ଲାଗି ଅନୁମତି ଦେଲେନି କି ତାଙ୍କ ହେଲିକେପ୍ଟରକୁ ମଧ୍ୟ ଲାଣ୍ଡ୍‌ କରିବା ଲାଗି ଅନୁମତି ଦେଲେନି ପଶ୍ଚିମବଙ୍ଗ ସରକାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ସମୟରେ ବିଜେପି ଓ ଟିଏମ୍‌ସି ମଧ୍ୟରେ ଟଣାଓଟରା ଲାଗିରହିଛି। ଗତକାଲି ସେଠାରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଏବଂ ଜଣେ ବିଜେପି ସାଂସଦ ପ୍ରାର୍ଥୀ ଭାରତୀ ଘୋଷଙ୍କ ଉପରେ ଟିଏମ୍‌ସି କର୍ମୀମାନେ ଆକ୍ରମଣ କରିଥିବାର ଅଭିଯୋଗ ଆସିଥିଲା।

ଏବେ ଖବର ମିଳିଛି କି ପଶ୍ଚିମବଙ୍ଗର ଯାଦବପୁରଠାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ରୋଡ୍‌ ସୋ’ ଲାଗି ଅନୁମତି ଦିଆଯାଇ ନାହିଁ। ଖାଲି ସେତିକି ନୁହେଁ ତାଙ୍କର ହେଲିକେପ୍ଟରକୁ ମଧ୍ୟ ଲାଣ୍ଡ୍‌ କରିବା ଲାଗି ଅନୁମତି ମିଳିନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ପଶ୍ଚିମବଙ୍ଗର ଯାଦବପୁରଠାରେ ରୋଡ୍‌ ସୋ’ କରିବାର କାର୍ଯ୍ୟକ୍ରମ ଥିଲା। ବିଜେପି ସୂତ୍ରରୁ ସୂଚନା ମିଳିଛି କି ଅମିତ ଶାହାଙ୍କୁ ରାଜ୍ୟରେ ପ୍ରବେଶ କରାଇ ନ ଦେବା ଲାଗି ଏହା ଟିଏମ୍‌ସିର ଏକ ସୁଚିନ୍ତିତ ଷଡଯନ୍ତ୍ର।

ଏଠାରେ ସୂଚନାଯୋଗ୍ୟ ଯେ ଆଗରୁ ବି ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାର ଏଭଳି ଅମିତ ଶାହାଙ୍କୁ ରୋଡ୍‌ ସୋ’ ଲାଗି ଅନୁମତି ଦେଇ ନାହାନ୍ତି ଏବଂ ତାଙ୍କର ହେଲିକେପ୍ଟରକୁ ମଧ୍ୟ ଲାଣ୍ଡ୍‌ କରିବା ଲାଗି ଅନୁମତି ଦେଇ ନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe