ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣେ ମହାନ ନେତା ବୋଲି କହିଲେ ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା

ଆମେରିକା ଟାରିଫ୍ ଯୁଦ୍ଧର ମୁକାବିଲା ପାଇଁ ପାରମ୍ପରିକ ବନ୍ଧୁରାଷ୍ଟ୍ର ଭାରତ ଓ ରୁଷ୍ ନୂଆ ରଣନୀତି ଆପଣାଉଛନ୍ତି । ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ରୁଷ୍ ଗସ୍ତ ଏହାକୁ ଆହୁରି ସଶକ୍ତ କରିଛି ।

New Project (3) (1)

ନୂଆଦିଲ୍ଳୀ:  ଆମେରିକା ଟାରିଫ୍ ଯୁଦ୍ଧର ମୁକାବିଲା ପାଇଁ ପାରମ୍ପରିକ ବନ୍ଧୁରାଷ୍ଟ୍ର ଭାରତ ଓ ରୁଷ୍ ନୂଆ ରଣନୀତି ଆପଣାଉଛନ୍ତି । ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ରୁଷ୍ ଗସ୍ତ ଏହାକୁ ଆହୁରି ସଶକ୍ତ କରିଛି । ନୂଆଦିଲ୍ଲୀର ରୁଷୀୟ ତୈଳ କ୍ରୟକୁ ନେଇ ଭାରତ ଏବଂ ଆମେରିକାର ଶୁଳ୍କ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଏକ ଚର୍ଚ୍ଚିତ ମନ୍ତବ୍ୟ ଦେଇଛନ୍ତି।

ସେ ୟୁକ୍ରେନ-ରୁଷ ବିବାଦର ଅନ୍ତ ଘଟାଇବାରେ ଭାରତର ପ୍ରମୁଖ ଭୂମିକା ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ "ଜଣେ ମହାନ ନେତା" ବୋଲି ଅଭିହିତ କରି ନାଭାରୋ କହିଛନ୍ତି, "ଅନେକ ଦୃଷ୍ଟିରୁ, ଶାନ୍ତିର ପଥ ନୂଆଦିଲ୍ଲୀ ଦେଇ ଯାଇଛି।" 

ସେପଟେ ଭାରତ ପ୍ରତି ରୁକ୍ଷ ନହୋଇ ବନ୍ଧୁତାର ହାତ ବଢ଼ାଇବାକୁ ଆମେରିକାକୁ ପରାମର୍ଶ ଦେଇଛନ୍ତି ଜାତିସଂଘର ପୂର୍ବତନ ମାର୍କିନ ରାଷ୍ଟ୍ରଦୂତ। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ମସ୍କୋରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାବ୍ରୋଭଙ୍କୁ ସାକ୍ଷାତ କରିଛନ୍ତି । ଆମେରିକାର ଟାରିଫ୍ ବୋଝ ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ କରିବା ପାଇଁ ଆଲୋଚନା ହୋଇଛି । ବର୍ତ୍ତମାନ ବିଶ୍ୱସ୍ତରରେ ଦେଖାଦେଇଥିବା ସଂକଟ, ବିଶେଷକରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ମୁକାବିଲା ପାଇଁ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଭାରତ ଓ ରୁଷ୍‌ ସହମତ ହୋଇଛନ୍ତି । ପୂର୍ବରୁ ତୈଳ କାରବାର ଜାରି ରଖିବାକୁ ସହମତି ହୋଇଛି । କେତେକ ରିହାତି ଦେବାକୁ କହିଛି ରୁଷ୍‌ । ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗେ ଲାବ୍ରୋଭଙ୍କୁ ସାକ୍ଷାତ କରିବା ପୂର୍ବରୁ ରୁଷ୍ ଉପପ୍ରଧାନମନ୍ତ୍ରୀ ଡେନିସ୍ ମେଣ୍ଟୁରୋଭଙ୍କୁ ଜୟଶଙ୍କର ସାକ୍ଷାତ କରିଥିଲେ । ଏହା ସହିତ ରୁଷ୍‌ ବ୍ୟବସାୟୀ ଗୋଷ୍ଠୀ ଓ ବିଭିନ୍ନ କମ୍ପାନି ସହ ଆଲୋଚନା କରିଥିଲେ ଜୟଶଙ୍କର । ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଦେଶ ସହ ଭାରତ ବାଣିଜ୍ୟ କରିବାକୁ ଚାହୁଛି । ରୁଷ କମ୍ପାନିଙ୍କୁ ଭାରତ ଆମନ୍ତ୍ରଣ କରିଥିଲେ ଜୟଶଙ୍କର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe