ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ଗାଲ ଭଳି ରାସ୍ତା ହେବା ଦରକାର: ରାଜସ୍ଥାନ ମନ୍ତ୍ରୀ

Advertisment
ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ଗାଲ ଭଳି ରାସ୍ତା ହେବା ଦରକାର: ରାଜସ୍ଥାନ ମନ୍ତ୍ରୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ଗାଲ ଭଳି ରାସ୍ତା ହେବା ଦରକାର। ଏଭଳି ବୟାନ ଦେଇ ଏବେ ଚର୍ଚ୍ଚାରେ ରାଜସ୍ଥାନ ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଢ଼ା। ରାଜସ୍ଥାନର ଝୁଝୁନ ଜିଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ସେ ଏଭଳି କହିଛନ୍ତି। ମଙ୍ଗଳବାର ‌ସେ ଏଭଳି ବୟାନ ଦେଇଥିବା ବେଳେ ଏବେ ତାହା ଭାଇରାଲ ହେବାରେ ଲାଗିଛି। ରାଜେନ୍ଦ୍ର ସିଂ ଗୁଢ଼ା ବର୍ତ୍ତମାନ ଉଦୟପୁରୱାତୀ ନିର୍ବାଚନମଣ୍ଡଳୀର ବିଧାୟକ ଅଛନ୍ତି।

ସୂଚନା ମୁତାବକ, ଗତକାଲି ରାଜେନ୍ଦ୍ର ସିଂ ଗୁଢ଼ା ଝୁଝୁନର ପୌଙ୍ଖ ଗ୍ରାମରେ ପହଞ୍ଚିଥିଲେ। ଏହି ସମୟରେ ସେଠାରେ ଲୋକେ ରାସ୍ତାର ମରାମତି କରିବା ପାଇଁ ଦାବି କରିଥିଲେ। ଏହାର ଜବାବରେ ମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ କହିଥିଲେ ଯେ, ମୋ ନିର୍ବାଚନମଣ୍ଡଳୀରେ କ୍ୟାଟ୍ରିନା କୈଫଙ୍କ ଗାଲ ପରି ରାସ୍ତା ତିଆରି ହେବା ଉଚିତ। ସାଧାରଣ ସଭାରେ ସେ ଦେଇଥିବା ଏଭଳି ବୟାନ ଏବେ ଭାଇରାଲ ହେବାରେ ଲାଗିଛି।

କିଛି ବର୍ଷ ତଳେ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଏଭଳି ବୟାନ ଦେଇଥିଲେ। ସେ କହିଥିଲେ ଯେ ବିହାରର ରାସ୍ତା ହେମା ମାଲିନୀଙ୍କ ଗାଲ ପରି ହେବା ଉଚିତ। ସେ ସମୟରେ ଲାଲୁ ପ୍ରସାଦ ଯାଦବଙ୍କ ଏଭଳି ବୟାନକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe